ବାରିପଦାରେ ଭାରତ ଯୋଡ ପରିବର୍ତନ ଯାତ୍ରା ଓଡ଼ିଶା
ବାରିପଦା : ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଭାରତ ଯୋଡ ପରିବର୍ତନ ଯାତ୍ରା ଓଡ଼ିଶା ଆଜି ମୟୁରଭଂଜ ଜିଲ୍ଲାର ସଦର ମହକୁମା ବାରିପଦା ସହର ପରିକ୍ରମା କରିଥିଲା । ପାଲବଣି ଠାରୁ ସକାଳ ୯ଟା ସମୟରେ ଏହି ପଦଯାତ୍ରା ବାହାରି ଷ୍ଟେସନ ବଜାର, କୃଷ୍ଣଚନ୍ଦ୍ର ଗୋଲେଇ ଦେଇ ଜଗନ୍ନାଥ ମନ୍ଦିର ନିକଟରେ ପହଂଚିବା ପରେ ଶ୍ରୀ ପଟ୍ଟନାୟକ ୨ୟ ଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିଥିଲେ । ପରେ ଏହି ପଦଯାତ୍ରା ଟ୍ରାଫିକ ଛକ ରାସ୍ତାରେ ଯାଇ ଭଂଜପୁର ପହଂଚିବା ପରେ ସେଠାରେ ଉପସ୍ଥିତ ଥିବା କଂଗ୍ରେସ କର୍ମୀ ଓ କର୍ମକର୍ତା ମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରେପରେ ପଦଯାତ୍ରା ମୁର୍ଗାବାଡି ଗୋଲେଇ ପହଂଚି ଥିଲା । ସେଠାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ, ରାଜ୍ୟ ମହିଳା ସଭାନେତ୍ରୀ ବନ୍ଦିତା ପରିଡ଼ା ଭାରତ ଯୋଡ ଯାତ୍ରାର ଉଦ୍ଦେଶ୍ୟ ସମ୍ୱନ୍ଧରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ କଟୁ ସମାଲୋଚନା କରିଥିଲେ । ସହର ପରିକ୍ରମା କରିବା ପରେ ଏହି ଯାତ୍ରା ବିଶୋଇ ହୋଇ ରାଇରଙ୍ଗପୁର ଅଭିମୁଖେ ଯାଇଥିଲା ।
ଆଜିର ଏହି କାର୍ଯ୍ୟକ୍ରମରେ ମୟୁରଭଂଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ, ବରିଷ୍ଠ କଂଗ୍ରେସ ନେତା ବିଜନ ଦାସ , ପୂର୍ବତନ ଏମପି ଶୁଶ୍ରୀ ଶୁଶିଳା ତିରିଆ, ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ, ଭାରତ ଯୋଡ ଯାତ୍ରା ଓଡ଼ିଶାର ଆବାହକ ମାନସ ଚୈଧୁରୀ, ଟାଉନ କଂଗ୍ରେସ ସଭାପତି ଶାନ୍ତନୁ ପାଲ, ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଘୋସାଲ, ଯୁବ ସଭାପତି ଅଂଶୁମାନ ଦାସ, ଯୋଗେଶ ଅଗ୍ରୱାଲ, ମୟୁରଭଂଜ ଜିଲ୍ଲା ଯାତ୍ରା ସଂଯୋଜକ ଅରବିନ୍ଦ ଦାସ , ଛାତ୍ର ସଭାପତି ମୋତି ପ୍ରକାଶ ଦାସ, ଇତିଶ୍ରୀ ମିଶ୍ର, ଶୁଭସ୍ମିତା ଦାସ, ରଶ୍ମିତା ମିଶ୍ର, ସ୍ୱାଗନ ଦାସ, ଆରବ ପଣ୍ଡା, ସେକ ମୁସ୍ତଫା, କାଳିଚରଣ ଧୀର, ଜ୍ୟୋତି ପ୍ରକାଶ ରଥ ପ୍ରମୁଖ ବହୁ କର୍ମକର୍ତା ଓ କର୍ମୀ ଉପସ୍ଥିତ ରହି ବାରିପଦା ସହରରେ ପଦଯାତ୍ରାରେ ସାମିଲ ହୋଇଥିଲେ ।