ବାରିପଦା : ନଦୀ ସ୍ରୋତରେ ବାଇକ୍ ସହ ଭାସିଗଲେ ଆରୋହୀ
ବାରିପଦା : ପାଣି ବଢିରେ ଭାସି ଗଲେ ଯୁବକ। ବାଇକରେ ବସି ରାସ୍ତା ପରି ହେଉଥିବା ବେଳେ ବର୍ଷା ପାଣି ସ୍ରୋତରେ ଭାସିଗଲେ। ଏପରି ଏକ ଅଘଟଣ ବାରିପଦା ୧୭ ନଂ ୱାର୍ଡ ସ୍ଥିତ ବଳରାମପୁର ଜରାଳି ନଦୀ କଲଭର୍ଟ ନିକଟରେ ଦେଖିବାକୁ ମିଳିଛି ।
ସୂଚନା ଯେ, ଶନିବାର ମଧ୍ୟାହ୍ନ ୧ଟା ସମୟରେ ପ୍ରାୟ ଦୁଇ ଘଣ୍ଟା ଧରି ଲଗାଣ ବର୍ଷା ଲାଗି ରହିଥିଲା । ଏହି ଲଗାନା ବର୍ଷା ଫଳରେ ଦୁଇଟି ୱାର୍ଡକୁ ସଂଯୋଗ କରୁଥିବା ଏକ ଛୋଟ ପୋଲରେ ଜଳସ୍ତର ବଢ଼ି କଲଭର୍ଟ ଉପର ଦେଇ ପ୍ରବାହିତ ହେଉଥିଲ। ଏହି ସମୟରେ ଜଣେ ଯୁବକ ଗାଡ଼ିରେ ବସି ପାଣି ସ୍ରୋତରେ କଲଭର୍ଟ ପରି ହେବାକୁ ଚେଷ୍ଟା କରୁଥିବା ବେଳେ ଭାସିଯାଇଥିଲେ। ଘଟଣାସ୍ଥଳରେ ବାରିପଦା ଅଗ୍ନିଶମ ବିଭାଗ ପକ୍ଷରୁ ଯୁବକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ହେଲେ ବର୍ତ୍ତମାନ ସୁଦ୍ଧା ଯୁବକଙ୍କର କୌଣସି ପତ୍ତା ମିଳିପାରିନାହିଁ। ଏମିତିକି ଯୁବକ ଜଣକର ପରିଚୟ ମଧ୍ୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ।