ବାରବାଟୀ ଟି-୨୦! ଆଜି ଠାରୁ ଅନଲାଇନ୍ ଟିକେଟ୍ ବିକ୍ରି, ଜାଣନ୍ତୁ କେମିତି କିଣିବେ ଟିକେଟ୍ ?
କଟକ : ବାରବାଟୀ ଟି-୨୦ ପାଇଁ ଆଜି ସକାଳ ୧୧ଟାଠାରୁ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ । ଅନଲାଇନରେ ୫ ହଜାର ଟିକେଟ ବିକ୍ରି କରାଯିବାର ବ୍ୟବସ୍ଥା ହୋଇଛି । ଗ୍ୟାଲେରୀ ନମ୍ବର ୨, ୪, ୭, ସ୍ପେଶାଲ ଏନକ୍ଲୋଜର, ନ୍ୟୁ ପାଭେଲିୟନ ଏବଂ ଏସି ବକ୍ସ ପାଇଁ ଟିକେଟ ବିକ୍ରି କରାଯିବ । ପେଟିଏମ୍ ଇନ୍ସାଇଡର୍ ଆପ୍, ପେଟିଏମ୍ ଆପ୍ ରେ ବୁକିଂ କରିହେବ । ଜଣେ ଦର୍ଶକ ଦୁଇଟି ଟିକେଟ ନେଇପାରିବେ । http://insider.in ୱେବସାଇଟ୍ ରେ ମଧ୍ୟ ଉପଲବ୍ଧ ହେବ ଟିକେଟ୍ ।
ଟିକେଟ ବୁକିଂ ବେଳେ ଦର୍ଶକଙ୍କୁ ନିଜର ପରିଚୟ ପତ୍ର ଦେବାକୁ ପଡିବ । ଅନଲାଇନ୍ ଟିକେଟ କରିଥିବା ବ୍ୟକ୍ତି ୯ ତାରିଖରୁ ୧୧ ତାରିଖ ମଧ୍ୟରେ ଦିନ ୧୦ଟାରୁ ୬ ଟା ମଧ୍ୟରେ ସେମାନଙ୍କ ଟିକେଟ ହାର୍ଡକପି ସଂଗ୍ରହ କରିବେ । ସେହିପରି ଜୁନ୍ ୯ ଓ ୧୦ ତାରିଖରେ ଅଫଲାଇନ୍ ରେ ଟିକେଟ୍ କିଣିପାରିବେ ଦର୍ଶକ । ବାରବାଟୀରେ ଆସନ୍ତା ଜୁନ୍ ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଖେଳାଯିବ । ମ୍ୟାଚ୍ ପାଇଁ ଓସିଏ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଷ୍ଟାଡିୟମକୁ ନୂଆ ରୂପରେ ସଜାଯାଉଛି । ସୂଚନା ଯେ, ବାରବାଟୀରେ ଆସନ୍ତା ଜୁନ୍ ୧୨ ତାରିଖରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍। ମ୍ୟାଚ୍ ପାଇଁ ଓସିଏ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଷ୍ଟାଡିୟମକୁ ନୂଆ ରୂପରେ ସଜାଯାଉଛି। ଏଥିସହ ଲାଇଟ୍ ସବୁ ଟେଷ୍ଟିଂ କରାଯାଇଛି।
କେମିତି କିଣିବେ ଟିକେଟ୍ ?
ପେଟିଏମ ଇନସାଇଡର ଆପ୍, ପେଟିଏମ୍ ଆପ୍ ମାଧ୍ୟମରେ ଅନଲାଇନ୍ ଟିକେଟ୍ ବୁକ୍ କରି ହେବ ।
ଇମେଲ୍ ଆଇଡି କିମ୍ବା ମୋବାଇଲ୍ ନଂ ଦେଇ ପଞ୍ଜିକରଣ କରିବାରୁ ପଡିବ ।
ପରିଚୟ ପତ୍ର ଦେଇ ଜଣେ ବ୍ୟକ୍ତି ଦୁଇଟି ଟିକେଟ୍ ବୁକ୍ କରିପାରିବେ ।