ବାରବାଟୀ ଟି-୨୦ : ମ୍ୟାଚ୍ ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଐତିହାସିକ ବାରବାଟୀ ଷ୍ଟାଡିୟମ୍ରେ କ୍ରିକେଟ ମ୍ୟାଚ୍ ଦେଖିଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟି-୨୦ ମ୍ୟାଚକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ସନ୍ଧ୍ୟା ୭ଟାରେ ବାରବାଟୀରେ ମ୍ୟାଚ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ବେଲ୍ ବଜାଇ ଏହି ମ୍ୟାଚ୍ ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡର ସଭାପତି ସୌରଭ ଗାଙ୍ଗୁଲି ଓ ୫ଟି ସଚିବ ଭିକେ ପାଣ୍ଡିଆନ୍ ଉପସ୍ଥିତ ଥିଲେ । ସେହିପରିବାରବାଟୀରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତରୁଣକାନ୍ତି ବେହେରା, କଟକ ମେୟାର ସୁବାସ ସିଂହ ପ୍ରମୁଖ ମ୍ୟାଚ ଦେଖିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ କ୍ରିକେଟ ମ୍ୟାଚ ଦେଖିବା ପାଇଁ ବାରବାଟୀ ଷ୍ଟାଡିୟମ ଯିବା ପୂର୍ବରୁ ନବୀନ ନିବାସରେ ତାଙ୍କୁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଭେଟିଥିଲେ । ଗାଙ୍ଗୁଲିଙ୍କୁ ଭେଟି ନବୀନ ଖୁସି ଅନୁଭବ କରିଥିଲେ । ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା ବୋଲି ଗାଙ୍ଗୁଲି କହିଛନ୍ତି । ଏହି ଅବସରରେ ୫ଟି ସଚିବ ଭିକେ ପାଣ୍ଡିଆନ, ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ସଂପାଦକ ସଂଜୟ ବେହେରା ଓ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି ଉପସ୍ଥିତ ଥିଲେ । ବାରବାଟୀରେ ଦକ୍ଷିଣ ଆଫ୍ରିକା ଟସ୍ ଜିଣିଛି । ଅତିଥି ଟିମ୍ ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତି ନେଇଥିବା ବେଳେ ଭାରତ ବ୍ୟାଟିଂ କରି ପରାଜିତ ହୋଇଛି ।