ବାରବାଟୀ ଟି-୨୦ : ଟିକେଟ ପାଇଁ ଲମ୍ବା ଧାଡ଼ି
କଟକ : ବାରବାଟୀରେ ଟିକେଟ ପାଇଁ ଲମ୍ବା ଧାଡ଼ି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ ପାଇଁ ଅଫଳାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି । ୯ଟି କାଉଣ୍ଟରରେ ୧୨ ହଜାର ଟିକେଟ ବିକ୍ରି ପାଇ ବ୍ୟବସ୍ଥା । ଶାନ୍ତି ଶୃଙ୍ଖଳାର ସହ ଟିକେଟ ବିକ୍ରି ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଷ୍ଟାଡିୟମ ପରିସରରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦୦ ଅଫିସର ମୁତୟନ ରହିବେ । କଳାବଜାରୀଙ୍କ ଉପରେ ନଜର ରଖିବାକୁ କମିଶନରେଟ ପୋଲିସ ପକ୍ଷରୁ ସାଧା ପୋଷାକଧାରୀ ପୋଲିସ ମୁତୟନ କରାଯିବ । କେହି ଟିକେଟ କଳାବଜାରୀ କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ । ବାରବାଟୀରେ ଏହି ମ୍ୟାଚ୍ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମଙ୍ଗଳବାର ଓସିଏ ସହ ଅନୁବନ୍ଧିତ କ୍ରୀଡ଼ା ସଂଘ, ସ୍କୁଲ୍, କଲେଜ ସଦସ୍ୟଙ୍କୁ ଟିକେଟ ବିକ୍ରି କରାଯାଇଥିଲା । ଆଜି ଠାରୁ ସାଧାରଣ ଲୋକଙ୍କ ପାଇଁ ଟିକେଟ ବିକ୍ରି ଆରମ୍ଭ ହେବ ।