ବାରାବଙ୍କୀ ଦୁର୍ଘଟଣାରେ ଶୋକ ବ୍ୟକ୍ତ କରି ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଉତର ପ୍ରଦେଶର ବାରାବଙ୍କୀ ଜିଲ୍ଲାରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହା ସହିତ ସେ ଏହା ସମ୍ପର୍କରେ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଟେଲିଫୋନରେ କଥାବାର୍ତା କରିବାସହ ସ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତିା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି କହିଛନ୍ତି ଯେ ଉତର ପ୍ରଦେଶର ବାରାବଙ୍କୀ ଠାରେ ହୋଇଥିବା ସଡକ ଦୁର୍ଘଟଣା ଖବର ପାଇଁ ମୁଁ ଖୁବ ଦୁଃଖୀ । ଶୋକାକୁଳ ପରିବାରଙ୍କ ପ୍ରତି ମୋର ସମବେଦନା ରହିଛି । ଏ ସମ୍ପର୍କରେ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥାବାର୍ତା କଲି । ସମସ୍ତ ଆହତ ମାନଙ୍କ ସଠିକ ଚିକିତ୍ସା ବ୍ୟବସ୍ଥା କରା ଯାଉଛି । ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ ଫଣ୍ଡରୁ ମୃତକଙ୍କ ପରିବାର ଲୋକଙ୍କ ପାଇଁ ୨-୨ ଲକ୍ଷ ଟଙ୍କା ଓ ଆହତ ମାନଙ୍କ ପାଇଁ ୫୦ -୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରା ଯାଇଛି ।
ସୂଚନା ଯେ, ଉତର ପ୍ରଦେଶର ବାରାବଙ୍କୀ ଜିଲ୍ଲାରେ ଗତ ରାତି ୧.୩୦ରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଠିଆ ହୋଇଥିବା ଏକ ଭଲଭୋ ବସକୁ ଏକ ଟ୍ରକ ଧକ୍କା ଦେଇଛି । ଏହା ଫଳରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି । ବସରେ ଥିବା ଯାତ୍ରୀ ମାନେ ବିହାରର ବିଭିନ୍ନ ଜିଲ୍ଲାର ନିବାସୀ । ଏହି ଦୁର୍ଘଟଣା ରାମସ୍ନେହୀ ଥାନା କ୍ଷେତ୍ରର କଲ୍ୟାଣୀ ନଦୀ ହାଇବେ ଠାରେ ଘଟିଛି । ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୋଲିସ ସେଠାରେ ପହଂଚି ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତି କରିଥିବା ଜଣା ପଡିଛି । ବାରାବଙ୍କୀର ଏସପି ଯମୁନା ପ୍ରସାଦ କହିଛନ୍ତି ଯେ ଏହି ବସ ହରିଆଣାରୁ ବିହାର ଯାଉଥିଲା । ରାସ୍ତାରେ ବସରେ ଯାନ୍ତ୍ରିକ ତ୍ରୁଟି ଆସିବାରୁ ରାସ୍ତା କଡରେ ଠିଆ ହୋଇଥିଲା । ଟ୍ରକ ଏହି ବସକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା ।