ଧ୍ୟାନ ଦିଅନ୍ତୁ ଜନତା! ମଇ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ତୁରନ୍ତ ସାରିଦିଅନ୍ତୁ ଜରୁରୀ କାମ
ନୂଆଦିଲ୍ଲୀ : ଆପଣଙ୍କର କିଛି ଜରୁରୀ ବ୍ୟାଙ୍କ କାମ ରହିଯାଇଛି କି? ତେବେ ହୋଇଯାଆନ୍ତୁ ସତର୍କ । ବ୍ୟାଙ୍କରେ ଯାହା କିଛି ବି ଜରୁରୀ କାମ ରହିଯାଇଛି ସେଗୁଡିକୁ ଚଳିତ ମାସରେ ହିଁ ସାରି ଦିଅନ୍ତୁ । କାରଣ ଆସନ୍ତା ମାସରେ ୧୨ ଦିନ ବ୍ୟାଙ୍କ ଛୁଟି ରହିବାକୁ ଯାଉଛି । ରବିବାର ଏବଂ ଦ୍ବିତୀୟ ଓ ଚତୁର୍ଥ ଶନିବାର ବ୍ୟତିତ ପର୍ବପର୍ବାଣୀ କାରଣରୁ ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବାକୁ ଯାଉଛି ।
ମଇ ମାସ ପାଇଁ କେବଳ କିଛି ଦିନ ବାକି ଅଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା ପ୍ରକାଶିତ ଛୁଟି ତାଲିକା ଅନୁଯାୟୀ ବ୍ୟାଙ୍କଗୁଡିକ ମଇ ୨୦୨୪ରେ ୧୨ ଦିନ ବନ୍ଦ ରହିବ। ଏଥିରେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବ୍ୟତୀତ ସମସ୍ତ ରବିବାର ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଲୋକସଭା ନିର୍ବାଚନ ହେତୁ କେତେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ମଇ ମାସରେ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମ ବାର୍ଷିକୀ, ନଜରୁଲ ଜୟନ୍ତୀ, ଅକ୍ଷୟ ତ୍ରିଟିଆ ଭଳି ଅନେକ ପର୍ବ ଅଛି ଯେଉଁଥିପାଇଁ ବ୍ୟାଙ୍କଗୁଡିକ କାର୍ଯ୍ୟ କରିବେ ନାହିଁ । ସମସ୍ତ ରାଜ୍ୟରେ ଏକକାଳୀନ ବ୍ୟାଙ୍କ ବନ୍ଦ ରହିବ ନାହିଁ। ଛୁଟିଦିନରେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ଉପଲବ୍ଧ ହେବ । ତେବେ ନଜର ପକାନ୍ତୁ ଡିସେମ୍ବର ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ।
୧ ମଇ : ମହାରାଷ୍ଟ୍ର ଦିବସ / ମଇ ଦିବସ (ଶ୍ରମ ଦିବସ) –
ମହାରାଷ୍ଟ୍ର ଦିନ / ମଇ ଦିବସ- ଛୁଟି ଦିନ ବେଲାପୁର, ବେଙ୍ଗାଲୁରୁ, ଚେନ୍ନାଇ, ଗୁଆହାଟୀ, ହାଇଦ୍ରାବାଦ – ଆନ୍ଧ୍ରପ୍ରଦେଶ, ହାଇଦ୍ରାବାଦ – ତେଲେଙ୍ଗାନା, ଇମ୍ଫାଲ, କୋଚି, କୋଲକାତା, ମୁମ୍ବାଇ, ନାଗପୁର, ପାନଜୀ, ପାଟନା ଏବଂ ଥିରୁବନନ୍ତପୁରମରେ ବ୍ୟାଙ୍କ ବନ୍ଦ ରହିବ।
୫ ମଇ : ରବିବାର –
ମଇ ୫ ତାରିଖ ରବିବାର ଥିବାରୁ ସମସ୍ତ ବ୍ୟାଙ୍କ ବନ୍ଦ ରହିବ।
୮ ମଇ : ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମ ବାର୍ଷିକୀ (ରବୀନ୍ଦ୍ର ଜୟନ୍ତୀ) –
ମଇ ୮ ତାରିଖରେ ରବୀନ୍ଦ୍ର ଜୟନ୍ତୀ ଅବସରରେ କୋଲକାତାର ସମସ୍ତ ବ୍ୟାଙ୍କ ବନ୍ଦ ରହିବ।
୧୦ ମଇ : ବାସଭା ଜୟନ୍ତୀ / ଅକ୍ଷୟ ତୃତୀୟା –
ମଇ ୧୦ ତାରିଖରେ ବାସଭା ଜୟନ୍ତୀ / ଅକ୍ଷୟ ତୃତୀୟା ଅବସରରେ ବେଙ୍ଗାଲୁରୁର ସମସ୍ତ ବ୍ୟାଙ୍କରେ ଛୁଟିଦିନ ହେବ ।
୧୧ ମଇ : ଦ୍ୱିତୀୟ ଶନିବାର –
ମଇ ୧୧ତାରିଖ ଦ୍ୱିତୀୟ ଶନିବାର ଅବସରରେ ସମଗ୍ର ଭାରତରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୧୨ ମଇ : ରବିବାର –
ମଇ ୧୨ ତାରିଖ ରବିବାର ହୋଇଥିବାରୁ ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।
୧୬ ମଇ: ରାଜ୍ୟ ଦିବସ –
ମଇ ୧୬ ତାରିଖ ରାଜ୍ୟ ଦିବସ ଛୁଟି ହେତୁ ଗାଙ୍ଗଟୋକର ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।
୧୯ ମଇ : ରବିବାର –
ମଇ ୧୯ ତାରିଖ ରବିବାର ହୋଇଥିବାରୁ ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।
୨୦ ମଇ : ଲୋକସଭା ସାଧାରଣ ନିର୍ବାଚନ ୨୦୨୪ –
ଏପ୍ରିଲରୁ ଜୁନ୍ ମଧ୍ୟରେ ହେବାକୁ ଥିବା ଲୋକସଭା ସାଧାରଣ ନିର୍ବାଚନ ୨୦୨୪ ପାଇଁ ବେଲାପୁର ଏବଂ ମୁମ୍ବାଇର ସମସ୍ତ ବ୍ୟାଙ୍କ ୨୦ ମଇରେ ବନ୍ଦ ରହିବ।
୨୩ ମଇ : ବୁଦ୍ଧ ପୂର୍ଣ୍ଣିମା –
ବୁଦ୍ଧ ପୂର୍ଣ୍ଣିମା ଛୁଟିରେ ଅଗରତାଲା, ଆଇଜୱାଲ, ବେଲାପୁର, ଭୋପାଳ, ଚଣ୍ଡିଗଡ଼, ଦେହରାଡୁନ୍, ଇଟାନଗର, ଜାମ୍ମୁ, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାୟପୁର, ରାଞ୍ଚି, ଶିମଲା, ଶ୍ରୀନଗର ରାଜ୍ୟଗୁଡିକର ସମସ୍ତ ବ୍ୟାଙ୍କ ବନ୍ଦ ରହିବ।