ନ୍ୟୁଜିଲାଣ୍ଡରେ ବାଂଲାଦେଶର ଐତିହାସିକ ବିଜୟ

Bangladesh's Ebadot Hossain walks from the field at the end of the Blackcaps second innings during play on day five of the first cricket test between Bangladesh and New Zealand at Bay Oval in Mount Maunganui, New Zealand, Wednesday, Jan. 5, 2022. (Marty Melville/Photosport via AP)
ମାଉଂଟ ମାଙ୍ଗାନୁଇ: ଏଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚରେ ବାଂଲାଦେଶ ଦଳ ପ୍ରତିପକ୍ଷ ନ୍ୟୁଜିଲାଣ୍ଡକୁ ତାହାର ନିଜ ମାଟିରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି । ଏହି ଦୁଇଟିକିଆ ଟେଷ୍ଟ ମ୍ୟାଚ ସିରିଜରେ ବାଂଲାଦେଶ ଦଳ ବିଶ୍ୱ ଟେଷ୍ଟ ଚମ୍ପିଆନ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି । ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ପ୍ରଥମ ପାଳିରେ ୩୨୮ ଓ ଦ୍ୱିତୀୟ ପାଳିରେ ୧୬୯ ରନ ସଂଗ୍ରହ କରିଥିବାବେଳେ ବାଂଲାଦେଶ ପ୍ରଥମ ପାଳିରେ ୪୫୮ ଓ ଦ୍ୱିତୀୟ ପାଳିରେ ୪୨ ରନ୍ ସଂଗ୍ରହ କରି ଏହି ସଫଳତା ହାସଲ କରିଛି ।
ସୂଚନା ଯେ, ବାଂଲାଦେଶ କ୍ରିକେଟ ଦଳ ୨୦୦୧ରୁ ନ୍ୟୁଜିଲାଣ୍ଡ ଗସ୍ତ କରିଆସୁଛି । ଏହା ମାଉଂଟ ମାଙ୍ଗାନୁଇ ଟେଷ୍ଟ ପୂର୍ବରୁ ସେଠାରେ ୩୨ଟି ମ୍ୟାଚ ଖେଳି ସମସ୍ତ ମ୍ୟାଚରେ ପରାସ୍ତ ହୋଇଥିଲା । ତେବେ ଏହି ବିଜୟ ସହିତ ବିଶ୍ୱ ଟେଷ୍ଟ ଚମ୍ପିଆନ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚରେ ଜିତିବା ନେଇ ବାଂଲାଦେଶର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ୨୦୧୧ ଜାନୁଆରୀରେ ହାମିଲଟନ ଠାରେ ଅନୁଷ୍ଠିତ ମ୍ୟାଚରେ ପାକିସ୍ତାନ ୧୦ ୱିକେଟରେ ବିଜୟ ହାସଲ କରିଥିବାବେଳେ ତାହା ପରବର୍ତୀ ସମୟରେ ନ୍ୟୁଜିଲାଣ୍ଡକୁ ତାହାର ଦେଶରେ ଟେଷ୍ଟ ମ୍ୟାଚରେ ପରାସ୍ତ କରିବାରେ ବାଂଲାଦେଶ ପ୍ରଥମ ଏସୀୟ ରାଷ୍ଟ୍ର ହୋଇଛି । ଦ୍ୱିତୀୟ ଇନିଂସରେ ଇବାଦନ ହୋସେନ୍ଙ୍କ ୬ଟି ୱିକେଟ ସଂଗ୍ରହକୁ ପାଥେୟ କରି ଏବଂ ପ୍ରଥମ ଇନିଂସରେ ଦଳର ବ୍ୟାଟସମ୍ୟାନମାନଙ୍କର ସମ୍ମିଳିତ ରନ୍ ସଂଗ୍ରହ ପ୍ରୟାସ ବଳରେ ବାଂଲାଦେଶ ଏହି ଟେଷ୍ଟର ଖେଳ ଶେଷଦିନ ପ୍ରଥମ ଅଧିବେଶନରେ ବିଜୟ ହାସଲ କରିଥିଲା । ଦଳର ଏକ ନମ୍ବର ଅଲ୍ ରାଉଣ୍ଡର ଶାକିବ ଅଲ୍ ହାସନଙ୍କ ଅନୁପସ୍ଥିତି ସତ୍ୱେ ବାଂଲାଦେଶକୁ ଏହି ସଫଳତା ମିଳିଛି ।
ବାଂଲାଦେଶ ୨୦୦୧ରେ ପ୍ରଥମଥର ପାଇଁ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଥିଲା । ଏହାପରେ ଅନେକ ଥର ଦଳ ସେଠାକୁ ମ୍ୟାଚ୍ ଖେଳିବାକୁ ଯାଇଥିଲେ ମଧ୍ୟ କେବେ ହେଲେ ବିଜୟ ହାସଲ କରିପାରି ନଥିଲେ । ସେହିପରି କ୍ରିକେଟର ବିଭିନ୍ନ ଫର୍ମାଟରେ ଦୁଇ ଦଳ ପରସ୍ପରକୁ ୩୨ ଥର ଭେଟିଥିଲେ । ସବୁ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ହିଁ ଜିତି ଆସୁଥିଲା । ହେଲେ ନବବର୍ଷର ପ୍ରଥମ ଟେଷ୍ଟରେ ବାଂଲା ଟାଇଗର କ୍ୱିୱି ଟିମ୍?କୁ ମାତ ଦେଇଛି । ୧୬ତମ ପ୍ରୟାସରେ ବାଂଲାଦେଶ କୌଣସି ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଛି । ସେହିପରି ୨୦୧୧ ପରେ ବାଂଲାଦେଶ ପ୍ରଥମ ଏସୀୟ ଦେଶ ଭାବେ ନ୍ୟୁଜିଲ୍ୟାଣ୍ଡକୁ ତା’ରି ମାଟିରେ ହରାଇବାରେ ରେକର୍ଡ କରିଛି । ଶେଷଥର ପାଇଁ ୨୦୧୧ରେ ହାମିଲଟନରେ ଖେଳା ଯାଉଥିବା ମ୍ୟାଚ୍ରେ ପାକିସ୍ତାନ ୧୦ ୱିକେଟରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଥିଲା । ଖାଲି ସେତିକି ନୁହେଁ, ବାଂଲାଦେଶ ପ୍ରଥମଥର ପାଇଁ ଆଇସିସି ଟେଷ୍ଟ ରାଙ୍କିଙ୍ଗର ଟପ୍ ୫ରେ ଥିବା କୌଣସି ଟିମ୍କୁ ତା’ ଘରୋଇ ମାଟିରେ ମାତ ଦେଇଛି । ଏଥିସହ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ୧୨ ପଏଂଟ ମଧ୍ୟ ହାସଲ କରିଛି । ମ୍ୟାଚ୍ କଥା ବିଚାରକୁ ନେଲେ ଦ୍ୱିତୀୟ ଇନିଂସ୍ରେ ଇବାଦତ ହୁସେନ ୬ ୱିକେଟ ନେଇଥିବା ବେଳେ ପ୍ରଥମ ଇନିଂସ୍ରେ ଦଳର ବ୍ୟାଟର୍ସମାନେ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ଉଭୟ ବୋଲର ଓ ବ୍ୟାଟର୍ସଙ୍କ ମିଳିତ ପ୍ରୟାସରେ ବାଂଲାଦେଶ ପ୍ରଥମ ଟେଷ୍ଟରେ ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡକୁ ହରାଇବା ପାଇଁ ସକ୍ଷମ ହୋଇଛି । ମ୍ୟାଚ୍ରେ ଦଳର ୧ନଂ ଅଲରାଉଣ୍ଡର ସାକିବ ଉଲ ହାସନ ଖେଳୁ ନଥିଲେ । ତଥାପି ବାଂଲା ଟାଇଗର କ୍ୱିୱି ଟିମ୍କୁ ନାକେଦମ କରିବାକୁ ସକ୍ଷମ ହୋଇଛି । ଇବାଦତ ଦ୍ୱିତୀୟ ଇନିଂସରେ ୬ ୱିକେଟ ଦଖଲ କରିବାରୁ ନ୍ୟୁଜିଲ୍ୟାଣ୍ଡ ୧୬୯ ରନ୍ରେ ଅଟକି ଯାଇଥିଲା । ଫଳରେ ବାଂଲାଦେଶକୁ ଶେଷ ଦିନର ୪୦ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା । ତେବେ ଦଳ ଓପନର ଶଦମାନ ଇସଲାମ ଓ ପ୍ରଥମ ଇନିଂସ୍ର ହିରୋ ନଜମୁଲ ହୁସେନ ଶାେଂଟାଙ୍କୁ ହରାଇଥିଲା । ଏହାପରେ ଅଧିନାୟକ ମୋମିନୁଲ ଓ ଅଭିଜ୍ଞ ମୁଶଫିକର ରହିମ ଆଉ କୌଣସି କ୍ଷତି ଘଟାଇବାକୁ ଦେଇଥିଲେ । ରହିମ ଦ୍ରୁତ ବୋଲର କାୟେଲ ଜାମିସନଙ୍କୁ ଚୌକା ମାରି ବାଂଲାଦେଶକୁ ବହୁ ପ୍ରତିକ୍ଷୀତ ବିଜୟ ଭେଟି ଦେଇଥିଲେ ।