ବାଲେଶ୍ୱର : କଙ୍କଡ଼ାପାଳ ମୁହାଣରୁ ୪ ଫୁଟ୍ର ଲମ୍ବର ଡ଼ଲଫିନ୍ ଉଦ୍ଧାର
ବାଲେଶ୍ୱର : ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ କଙ୍କଡ଼ାପାଳ ମୁହାଣ ନିକଟରୁ ଶୁକ୍ରବାର ସନ୍ଧ୍ୟା ସମୟରେ ଏକ ୪ ଫୁଟ୍ର ଲମ୍ବର ଡ଼ଲଫିନ୍ ଉଦ୍ଧାର କରାଯାଇଛି। ଡଲଫିନ୍ଟି ମୁହାଣ କୂଳରେ ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଡଲଫିନ୍ର ପାଟିରୁ ରକ୍ତ ବାହାରୁଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରି ବଂଚାଇବାକୁ ଚେଷ୍ଟା କରିଥିଲେ। ହେଲେ କିଛି ସମୟ ପରେ ଡଲଫିନ୍ଟି ମରି ଯାଇଥିଲା। ପରେ ଏନେଇ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ଆସି ଡଲଫିନ୍ ଜବତ କରିଛି।