ବାଲେଶ୍ୱର : ଅଗ୍ନି ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର ଅଞ୍ଚଳରେ ଥିବା ଭାରତୀୟ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା (ଡିଆର୍ଡିଓ) ପକ୍ଷରୁ ସୋମବାର ପୂର୍ବାହ୍ନ ୧୦ଟା ୫୫ମିନିଟ୍ ସମୟରେ ବଙ୍ଗୋପସାଗର ଉପକୂଳ ଅନ୍ତର୍ଗତ ଭଦ୍ରକ ଚାନ୍ଦବାଲି ଠାରେ ଥିବା ଅବଦୁଲ କଲାମ୍ ଦ୍ୱୀପର ୪ ନମ୍ବର ଲଞ୍ଚପ୍ୟାଡ୍ରୁ ଅଗ୍ନି ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ଭୂପୃଷ୍ଠରୁ ଭୂପୃଷ୍ଠ ନିକ୍ଷେପ କରାଯାଇପାରୁଥିବା ଏହି ଆଣବିକ ଶକ୍ତି ସମ୍ପନ୍ନ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୧୦୦୦ରୁ ୨୦୦୦ କିଲୋମିଟର ରହିଛି । ସ୍ୱଦେଶୀ ଜ୍ଞାନକୌଶଳରେ ଏହି କ୍ଷେପଣାସ୍ତ୍ରର ବିକାଶ କରାଯାଇଛି ବୋଲି କୁହାଯାଉଛି । ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ଡିଆର୍ଡିଓ ଟିମ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।
India successfully test-fired the Agni-Prime missile today, off the coast of Odisha.
— ANI (@ANI) June 28, 2021
It can hit targets up to a range of 2000 kms, & is very short & light in comparison with other missiles in this class. A lot of new technologies incorporated in the new missile: DRDO officials pic.twitter.com/zq7ffypqFM
ଅଗ୍ନି ସିରିଜର ଅତ୍ୟାଧୁନିକ ଆଣବିକ କ୍ଷମତା ସମ୍ପନ୍ନ ବାଲିଷ୍ଟିକ ମିସାଇଲ ଅଗ୍ନି ପ୍ରାଇମର ପରୀକ୍ଷଣ ହୋଇଛି । ଅଗ୍ନି-୩ ଓ ଅଗ୍ନି-୪କୁ ବିକଶିତ କରାଯାଇ ଅଗ୍ନି ପ୍ରାଇମ ପ୍ରସ୍ତୁତ ହୋଇଥିବା ବେଳେ ଏହାକୁ ଅଗ୍ନି-୧ର ନୂଆ ସଂସ୍କରଣ ବୋଲି କୁହାଯାଉଛି । ଅଗ୍ନି ସିରିଜର ପ୍ରଥମ ମିସାଇଲ ୧୯୮୯ରେ ପରୀକ୍ଷଣ ହୋଇଥିଲା । ଏହାର ଲକ୍ଷ୍ୟଭେଦ କ୍ଷମତା ୭ଶହରୁ ୮ଶହ କିଲୋମିଟର ପର୍ଯ୍ୟନ୍ତ ରହିଛି । ୨୦୦୪ରେ ଏହାକୁ ସେନାରେ ସାମିଲ କରାଯାଇଥିଲା ।