ବାଲେଶ୍ୱର : ୩୫ହଜାର ଟଙ୍କାରେ ବିରଳ ପ୍ରଜାତିର ମାଛ ବିକ୍ରି
ବାଲେଶ୍ୱର : ଦିନକୁ ଦିନ ସମୁଦ୍ରରୁ ବିରଳ ପ୍ରଜାତିର ମାଛ ଧରାପଡୁଛି । ଫଳରେ ଟ୍ରଲର ମାଲିକମାନେ ମଧ୍ୟ ଲାଭବାନ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ପାରାଦ୍ୱୀପ ଗଭୀର ସମଦ୍ରରୁ ଏକ ବିରଳ ପ୍ରଜାତିର କଉମାଛ ମତ୍ସ୍ୟଜୀବୀ ଟ୍ରଲରରେ ଧରାପଡ଼ିଥିଲା । ପଳରେ ଟ୍ରଲର ଉକ୍ତ ମାଛକୁ ବିକ୍ରି ପାଇଁ ଟ୍ରଲର ଯୋଗେ ଦୀଘା ମୁହାଣ ମାଛ ମାର୍କେଟ୍କୁ ବୁଧବାର ସକାଳେ ଆଣିଥିଲେ । ଦୀଘା ମାଛ ମାର୍କେଟ୍ରେ ଉକ୍ତ ମାଛକୁ କଲକାତା ବସିର ହାଟର ଜଣେ ମାଛ ବ୍ୟବସାୟୀ ୩୫ହଜାର ଟଙ୍କାରେ ନିଲାମ ଡାକି କିଣି ନେଇଥିଲେ । ମାଛଟିର ଓଜନ ପ୍ରାୟ ଦେଢ଼ଶହ କେଜିର ହୋଇଥିବା ବେଳେ ମତ୍ସ୍ୟଜୀବୀ ଏହି ମାଛକୁ ଭୋଲା କଉ ଇଂରାଜୀରେ ଏହି ମାଛକୁ ରିକୋର୍ଟ ମାଛ ବୋଲି ଆଖ୍ୟା ଦେଇଛନ୍ତି । ମାଛକୁ ଖାଦ୍ୟ ରୂପେ ବ୍ୟବହାର କରାଯାଏ ବୋଲି କୁହାଯାଇଛି ।