ବାଲେଶ୍ୱର : ଫାଶୀ ଦେଇ ବୃଦ୍ଧଙ୍କ ଆତ୍ମହତ୍ୟା
ଶ୍ରୀରାମପୁର : ବାଲେଶ୍ୱର ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଅନ୍ତର୍ଗତ ବିଂଝ ଗ୍ରାମର ଜଣେ ବୃଦ୍ଧ ସୋମବାର ଫାଶୀଦେଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ଏହି ଗ୍ରାମର ବନମାଳୀ ନାୟକ । ସେ ତାଙ୍କ ଘର ପିଣ୍ଡାରେ ସକାଳେ ଫାଶୀ ଦେଇଥିବା ପରିବାର ଲୋକେ ଦେଖିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ବସ୍ତା ଥାନା ପୋଲିସ ମୃତଦେହ ବ୍ୟବଛେଦ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ବନମାଳୀ ଜଣେ ଅନ୍ଧ ବ୍ୟକ୍ତି ଥିଲେ ଏବଂ ତାଙ୍କ ଆତ୍ମହତ୍ୟାର କାରଣ ଜଣା ପଡ଼ିନାହିଁ । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।