ବାଲେଶ୍ୱର : ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାଂସଦଙ୍କ କୁଡ଼ିଆରେ ଉଡ଼ିଲା ଜାତୀୟ ପତାକା
ନୀଳଗିରି : ଆରମ୍ଭ ହେଉଛି ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ । ୭୭ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶର ଦାୟିତ୍ୱବାନ ନାଗରିକ ଭାବରେ ନିଜ ଘରେ ବା ଅଫିସରେ ତ୍ରିରଙ୍ଗା ପତାକାକୁ ସମ୍ମାନ ଦେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଗତବର୍ଷ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଲୋକମାନେ ଏହାକୁ ଖୁବ୍ ପ୍ରଶଂସା କରିବା ସହ ହୃଦୟର ସହ ଏହାକୁ ପାଳନ ମଧ୍ୟ କରିଥିଲେ । ତେବେ ଲୋକମାନଙ୍କର ସେହି ଉତ୍ସାହକୁ ଆଖି ଆଗରେ ରଖି ପୁଣି ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଆରମ୍ଭହୋଇଛି ହର ଘର ତ୍ରିରଙ୍ଗା ଅଭିଯାନ । ସ୍ୱାଧୀନତା ଦିବସ ନେଇ ଦାୟିତ୍ୱବାନ ନାଗରିକ ଭାବରେ ନିଜ ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଇ ସମ୍ମାନ ଦେବାକୁ ସେ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ତାଙ୍କର ନୀଳଗିରି ନିକଟ ଗୋପୀନାଥପୁର ଚାଳଛପର ଭଙ୍ଗା କୁଡ଼ିଆରେ ରବିବାର ତ୍ରିରଙ୍ଗା ପତାକା ଉଡ଼ାଇଛନ୍ତି । ଏଥିରେ ତାଙ୍କର ଶୁଭେଛୁ ଓ ସମର୍ଥକ ଉପସ୍ଥିତ ଥିଲେ ।