ବାଲେଶ୍ୱର : ସଦର ଭାଜପା ପକ୍ଷରୁ ‘ମୋ ମାଟି, ମୋ ଦେଶ’ ଅଭିଯାନ ଆରମ୍ଭ
- ‘ବସୁଧା ବନ୍ଦନ’ କାର୍ଯ୍ୟକ୍ରମରେ ଅମୃତ ବାଟିକା ନିର୍ମାଣ ପାଇଁ ଚାରା ରୋପଣ
ବାଲେଶ୍ୱର : ବାଲେଶ୍ୱର ସହର ବାରବାଟୀ ସରକାରୀ ମହିଳା ଉଚ୍ଚ ବିଦ୍ୟାଳୟରେ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସଦର ଭାଜପା ପକ୍ଷରୁ ‘ମୋ ମାଟି ମୋ ଦେଶ ଅଭିଯାନ’ ରବିବାର ଆରମ୍ଭ କରାଯାଇଛି । ଏହି ଅଭିଯାନ ଅନ୍ତର୍ଗତ ‘ବସୁଧା ବନ୍ଦନ\’ କାର୍ଯ୍ୟକ୍ରମରେ ଅମୃତ ବାଟିକା ନିର୍ମାଣ ପାଇଁ ଚାରା ରୋପଣ କରାଯାଇଛି । ଏଥିସହ ମହାନ ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଘାଯତୀନଙ୍କ ପ୍ରତିମୂର୍ତ୍ତିକୁ ସଫେଇ କରାଯିବା ସହ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଳଞ୍ଜି ଜ୍ଞାପନ କରାଯାଇଥିଲା ।
ରାଜ୍ୟ ଯୁବମୋର୍ଚ୍ଚା ଉପ-ସଭାପତି ମାନସ କୁମାର ଦତ୍ତ ଯୋଗଦେଇ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ପଞ୍ଚପ୍ରଣ ପ୍ରତିଶୃତି, ବସୁଧା ବନ୍ଦନ, ବୀରଙ୍କୁ ବନ୍ଦନ, ଜାତୀୟ ପତାକା ଉତ୍ତୋଳନ ଏବଂ ରାଷ୍ଟ୍ରଗାନ ଆୟୋଜନ କରାଯିବ । ନୂଆଦିଲ୍ଲୀରେ ଅମୃତ ବାଟିକା ସୃଷ୍ଟି କରାଯିବାର ଲକ୍ଷ୍ୟ ରଖି ଦେଶର ପ୍ରତ୍ୟେକ ପଞ୍ଚାୟତରୁ କଳସରେ ମାଟି ସଂଗ୍ରହ କରାଯିବ । ଉକ୍ତ କଳସକୁ ଅମୃତ ବାଟିକାରେ ସ୍ଥାପନା କରାଯିବ । ପଞ୍ଚାୟତସ୍ତରରେ ୭୫ଟି ଚାରା ରୋପଣ କରାଯିବ ଯାହାକି ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିର ସ୍ମୃତିଚାରଣ କରିବ । ‘ମୋ ମାଟି ମୋ ଦେଶ\’ର ମୁଖ୍ୟ ଉପାଦାନ ହେଉଛି ‘ମାଟିକୁ ପ୍ରଣାମ, ବୀରଙ୍କୁ ବନ୍ଦନ’ । ଏଥି ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନକ୍ରମେ ସମସ୍ତେ ଦେଶଭକ୍ତିର ଭାବନରେ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇ ଅଗଷ୍ଟ ୧୩ ରୁ ୧୫ ଯାଏଁ ଉତ୍ସାହର ସହ ନିଜ ଘରେ ଜାତୀୟ ପତାକା ଲଗାଇବା ପାଇଁ ନିବେଦନ କରିଛନ୍ତି ।
କାର୍ଯ୍ୟକ୍ରମରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ସୁଜିତ ଦେବ, ଗୌରାଙ୍ଗ ଦାସ, ସୀତାକାନ୍ତ ସ୍ୱାଇଁ, ଉପେନ୍ଦ୍ର ଶତପଥୀ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ଅଶୋକ ଦାସ, ସରପଞ୍ଚ ରବିନାରାୟଣ ପ୍ରଧାନ, ବିକ୍ରମଜିତ କର, ସୁଶାନ୍ତ ବାରିକ, ଜୟଚନ୍ଦ୍ର କର, ସୁବାଷ ଦାସ, ଅନନ୍ତ ସିଂ, କୃଷ୍ଣଗୋପାଲ କର, ମୁନା ମିସ୍ତ୍ରୀ, ବିରନ ମହାରାଣା, ଆଶାଲତା ବାଡି, ସସ୍ମିତା ଦାଶ, ସୁସ୍ମିତା ଶୁକ୍ଳା, ସନ୍ଧ୍ୟାରାଣୀ ମାଝୀ, ଜ୍ୟୋସ୍ନାରାଣୀ ଦାସ, ମୁଲତା ମହାଳିକ, ସୁଷମା ରଣା, ମମତା ବେହେରା, ଶିପ୍ରା ଦାସ, ସୁମିତ୍ରା ମହାପାତ୍ର, ସୀବ ପ୍ରଧାନ, ଅନନ୍ତ ଚାନ୍ଦ, ଯୋଗେନ୍ଦ୍ର ଖିଲାର, ମନ୍ମୟ ଦାସ, ଶ୍ରବଣ କର, ପ୍ରଦୀପ ସାମନ୍ତ, ଜ୍ୟୋତିରନ ପତି, କାର୍ତ୍ତିକ ଜେନା, ତାରକ ନାଥ କର, ପ୍ରଭାସ କର, ସୟ ମହାପାତ୍ର, ଆଶିଷ ମାନ୍ନା, କପିଲ ବେହେରା, ସୁବ୍ରତ ରାଜ, ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।