ମହାନାଳ ସଫେଇ କାର୍ଯ୍ୟ ତଦାରଖ କଲେ ବିଧାୟକ
ବାଲେଶ୍ୱର : ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ୯, ୧୫, ୧୬, ୧୯, ୨୫, ୨୬ ଏବଂ ୨୭ ନମ୍ବର ୱାର୍ଡ଼ ଦେଇ ଯାଇଥିବା ବିଭିନ୍ନ ମହାନାଳ ସଫେଇ କାର୍ଯ୍ୟକୁ ଶନିବାର ପୂର୍ବାହ୍ନରେ ତଦାରଖ କରିଛନ୍ତି ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ।
ଚଳିତ ବର୍ଷ ମୌସୁମୀ ବର୍ଷା ପୂର୍ବରୁ ସମସ୍ତ ମହାନାଳର ସଫେଇ କାର୍ଯ୍ୟ କିପରି ସରିବ ଏବଂ ନାଳ ଗୁଡ଼ିକ କିପରି ଭାବେ ପରିଷ୍କାର ଓ ପରିଛନ୍ନ ରହିବ ତାହା ସ୍ଥାନୀୟ ଅଞ୍ଚଳବାସୀ, ସ୍ଥାନୀୟ ନେତୃତ୍ୱ, ୱାର୍ଡ଼ର ଲୋକ ପ୍ରତିନିଧି ଏବଂ ମୁନିସିପାଲିଟି ଇଞ୍ଜିନିୟର ସମେତ ଯନ୍ତ୍ରୀଙ୍କ ସହ ଅଞ୍ଚଳ ବୁଲି ଦେଖିଛନ୍ତି । କାର୍ଯ୍ୟକ୍ରମରେ ବାଲେଶ୍ୱର ପୌର ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀ, ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ସତ୍ୟ ରଞ୍ଜନ ଦାସ, ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତ, ୱାର୍ଡ଼ କାଉନ୍ସିଲର ପଦ୍ମଲୋଚନ ଲେଙ୍କା, ଶେଖ ଆୟୁବ, ସବିତା ରାଣୀ ଦାସ, ସନ୍ଧ୍ୟାରାଣୀ ଜେନା, ସଞ୍ଜୀବ ଦାସ, ଯୁବନେତା ସପନ କୁମାର ଖିଲାର, ଉତ୍ତମ ଜେନା, ମଦନ ଜେନାଙ୍କ ସମେତ ଦଳୀୟ ନେତୃତ୍ୱ ଏବଂ ସ୍ଥାନୀୟ ଅଞ୍ଚଳବାସୀ ପ୍ରମୁଖ ଉପସ୍ଥିତ ଥିଲେ ।