ଔପଦାରେ ପହଞ୍ଚିଲା ବାଲେଶ୍ୱର ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ସଚେତନତା ଯାତ୍ରା
ଔପଦା : ବାଲେଶ୍ୱର ଫକୀରମୋହନ ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ସଚେତନତା ଯାତ୍ରା ଔପଦାରେ ପହଞ୍ଚିଲା । ସଚେତନ ଅଭିଯାତ୍ରୀଙ୍କ ପକ୍ଷରୁ ବିପର୍ଯ୍ୟୟ ସ୍ୱାସ୍ଥ୍ୟ ସେବାକୁ ସ୍ୱାଭାବିକ କରିବା ଦାବିରେ ଏହି ସଚେତନତା ଯାତ୍ରା ଜିଲାର ବିଭିନ୍ନ ବ୍ଲକ ଗସ୍ତ କରୁଥିବା କୁହାଯାଇଛି ।
ମେଡ଼ିକାଲ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ାଙ୍କ ନେତୃତ୍ୱରେ ଅଭିଯାତ୍ରୀ ମାନେ ଔପଦା ଡାକ୍ତରଖାନାରେ ରବିବାର ଅପରାହ୍ନ ୩ ଟାରେ ପହଞ୍ଚି ଦୀର୍ଘ ୮୦ ବର୍ଷର ଡାକ୍ତରଖାନାରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ଏହି ପଦଯାତ୍ରା ଗତ ୨୫ ତାରିଖରୁ ବାହାରିଥିବା ବେଳେ ୨୮ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆୟୋଜିତ ଗଣଧାରଣାରେ ସାମିଲ ହେବା ପାଇଁ ଅଭିଯାତ୍ରୀ ଦଳଙ୍କ ପକ୍ଷରୁ କୁହାଯିବା ସଙ୍ଗେ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯିବ । ସଚେତନ ପଦଯାତ୍ରାରେ ଅଭିଯାତ୍ରୀଙ୍କ ପକ୍ଷରୁ କମିଟିର କର୍ମକର୍ତ୍ତା ଶ୍ୟାମସୁନ୍ଦର ଜେନା, ବେଣୁଧର ବାରିକ, ବିଚିତ୍ରା ନନ୍ଦ ଗିରି, ମିନତୀ ଦାସ, ବନ୍ଦନା ବିଶ୍ୱାଳ, ପ୍ରତାପ ମହାନ୍ତି, କୃଷ୍ଣଚନ୍ଦ୍ର ରାଉଳ, ଭଗବାନ ସେଠୀ, ଗୋବିନ୍ଦ ମଲ୍ଲିକ ପ୍ରମୁଖ ସାମିଲ ଥିଲେ ।