ବାଲେଶ୍ୱର : ମୁକ୍ତେଶ୍ୱର ଫାଉଣ୍ଡେସନର ଶୁଭାରମ୍ଭ, ସେବା ମୂଳକ କାର୍ଯ୍ୟ ଲକ୍ଷ୍ୟ
ବାଲେଶ୍ୱର : ଭାରତ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ନରସେବା ନାରାୟଣ ସେବାର ମହାନ ଚିନ୍ତାଧାରାକୁ ନେଇ ଆରମ୍ଭ ହୋଇଛି ମୁକ୍ତେଶ୍ୱର ଫାଉଣ୍ଡେସନ । ରେମୁଣା ବ୍ଲକ ଗୁଡୁଦାପାଟଣା ପଞ୍ଚାୟତ ମାହାଦା ଗ୍ରାମର ଆରାଧ୍ୟ ମୁକ୍ତେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଚାରା ରୋପଣ କରି ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିଷ୍ଠା କରାଯାଇଛି । ଅନୁଷ୍ଠାନର ଚେୟାରମ୍ୟାନ ଭାବେ ତାପସ ରଞ୍ଜନ ରଥ, ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଦୁର୍ଗାମାଧବ ରଥ, କୋଷାଧ୍ୟକ୍ଷ ଭାବେ ପ୍ରମୋଦ କୁମାର ସିଂହ ଉପସ୍ଥିତ ରହି ଚାରା ରୋପଣ କରିଥିଲେ ।
ପ୍ରତିଷ୍ଠା ଦିବସରେ ଅନୁଷ୍ଠାନର ସଦସ୍ୟମାନେ ସମାଜର ବଞ୍ଚିତ ବର୍ଗଙ୍କ ସେବା ପାଇଁ ସର୍ବଦା ପ୍ରସ୍ତୁତ ରହିବେ ବୋଲି ସଂକଳ୍ପ ନେଇଥିଲେ । ଆଗାମୀ ଦିନରେ ଅନୁଷ୍ଠାନ ଅସହାୟ ବୃଦ୍ଧାବୃଦ୍ଧଙ୍କୁ ସହାୟତା, ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ସାହାଯ୍ୟ ଏବଂ ଆର୍ôଥକ ଭାବେ ସ୍ୱଚ୍ଛଳ ନଥିବା ରୋଗୀଙ୍କୁ ଚିକିତ୍ସାରେ ସହାୟତା ଯୋଗାଇଦେବ ବୋଲି ଚେୟାରମ୍ୟାନ୍ ଶ୍ରୀ ରଥ କହିଛନ୍ତି । ଅନୁଷ୍ଠାନର ସଦସ୍ୟ ଭାବେ ସତ୍ୟ ରଞ୍ଜନ ରଥ, ରତିକାନ୍ତ ବେହେରା, ସତ୍ୟବ୍ରତ ବରଜ, ରାଜନନ୍ଦିନୀ ରଥ, ବଳରାମ ମାହାର୍ଣ୍ଣା, ଜ୍ୟୋତି ରଞ୍ଜନ ଦାସମଙ୍ଗରାଜ, ବିଜୟ କୁମାର ଦାସ, ଗୌତମ ଦାସ, ସଞ୍ଜୟ ଦାସ, ଯୋଗେଶ କୁମାର ରଥ, ହିମେଶ ରଞ୍ଜନ ଗୋଚ୍ଛାୟତ, ପବିତ୍ର ସାହୁ, ଚିତ୍ତରଞ୍ଜନ ମାହାର୍ଣ୍ଣା, ହରିଶ ଚନ୍ଦ୍ର ପରିଡ଼ା, ଅନୁଭବ ଜେନା, ରାଧା ଦାସ, ଉର୍ମିଳା ସେଠୀ, ନିହାର ରଞ୍ଜନ ରଥ ପ୍ରମୁଖ ସାମିଲ୍ ଅଛନ୍ତି ।