ବାଲେଶ୍ବର ଡାକ୍ତରଖାନା ଗ୍ୟାଙ୍ଗଷ୍ଟର ହାଇଦର, ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ
ବାଲେଶ୍ବର : ଗ୍ୟାଙ୍ଗଷ୍ଟାର ସେକ ହାଇଦରକୁ ଏନକାଉଣ୍ଟର। ଚୌଦ୍ୱାର ଜେଲ୍ରୁ ବାରିପଦା ନିଆଯାଉଥିବାବେଳେ ଏନକାଉଣ୍ଟର କରାଯାଇଥିବା ଜଣାପଡ଼ିଛି। ଚୌଦ୍ୱାର ଜେଲ୍ରୁ ବାରିପଦା ନେବା ବାଟରେ ପରିଶ୍ରା କରିବା ବାହାନାରେ ଦୌଡ଼ି ପଳାଉଥିଲା ବୋଲି ପୋଲିସ ସୂଚନା ଦେଇଛି । କିନ୍ତୁ ପୋଲିସ ସେହି ସମୟରେ ଉପାୟ ନପାଇ ବାଧ୍ୟହୋଇ ହାଇଦରକୁ ଗୁଳି କରିଥିଲା । ଖସି ପଳାଇବାକୁ ଉଦ୍ୟମ କରୁଥିଲବା ସମୟରେ ଏହି ଏନକାଉଣ୍ଟର ହୋଇଥିବା ଜଣାପଡିଛି । ଏହି ସମୟରେ ପୋଲିସ୍ ତା ଉପରକୁ ଗୁଳି ଚଳାଇଥିଲା। ଗୋଡ଼ ଏବଂ ପେଟରେ ଗୁଳି ବାଜିବା ସହ ସେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଆହତ ହାଇଦରକୁ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହାଇଦରଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ ତୁରନ୍ତ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ଉଦ୍ୟମ ଜାରି ରଖିଛନ୍ତି। ଡିଏସପିଙ୍କ ନେତୃତ୍ବରେ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ଏବଂ ମେଡ଼ିକାଲ ପରିସର ସମ୍ପୂର୍ଣ୍ଣ ପୁଲିସ ଛାଉଁଣି ହୋଇଛି । ସୂଚନା ଯେ, ଆଜି ଗ୍ୟାଙ୍ଗଷ୍ଟାର ସେକ ହାଇଦରଙ୍କୁ ଚୌଦ୍ବାରରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ଚୌଦ୍ବାର ଜେଲରେ ନିରାପତ୍ତା ଦୃଷ୍ଟିରୁ ସୁରକ୍ଷିତ ନ ଥିବାରୁ ଚୌଦ୍ବାର ଜେଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ହାଇଦରଙ୍କୁ କଟକ ଜିଲା ଏସକର୍ଟପାର୍ଟି ବାରିପଦା ନେଉଥିଲେ।
ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶିୀ କହିଛନ୍ତି ଯେ ହାଇଦରଙ୍କୁ ଚୌଦ୍ବାର ଜେଲରୁ ନିରାପତ୍ତା ଦୃଷ୍ଟିରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା। ଜଣେ ଇନିସପେକ୍ଟର, ଜଣେ ସବଇନିସପେକ୍ଟର ଏବଂ ଗୋଟିଏ ସେକ୍ସନଫୋର୍ସ ତାଙ୍କୁ ବାରିପଦା ନିଆଯାଉଥିଲା। ଏସକର୍ଟ ପାର୍ଟିଙ୍କ ମଧ୍ୟରୁ ବନ୍ଧୁକ ଛଡ଼ାଇ ଦୌଡ଼ିପଳାଇବାକୁ ଉଦ୍ୟମ କରିଥିଲା। ଏତିକିବେଳେ ଏସକର୍ଟପାର୍ଟି ନିରାପତ୍ତା ଦୃଷ୍ଟିରୁ ଗୁଳି ଚଳାଇଥିଲା। ହାଇଦରଙ୍କ ପେଟରେ ଗୋଟିଏ ଗୁଳି ବାଜିଛି ଏବଂ ଗୁଳିବିଦ୍ଧ ଅବସ୍ଥାରେ ତାଙ୍କୁ ବାଲେଶ୍ବର ହସପିଟାଲକୁ ନିଆଯାଉଛି। ତେବେ ଏହି ଘଟଣାରେ କୌଣସି ପୁଲିସ ଆହତ ହୋଇନାହାନ୍ତି।
କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ ଆଜି ଅପରାହ୍ଣ ୩.୨୦ ସମୟରେ ବାଲେଶ୍ବର ଜିଲାର ସିମୁଳିଆଠାରେ ହାଇଦର ପରିଶ୍ରା ଯିବା ପାଇଁ ଏସକର୍ଟପାର୍ଟିଙ୍କ ନିକଟରେ ଯିଦ ଧରିଥିଲା। ଭ୍ୟାନରୁ ଓହ୍ଲାଇବାପରେ ଏସକର୍ଟ କରୁଥିବା ଜଣେ ଗାର୍ଡଙ୍କଠାରୁ ବନ୍ଧୁକ ଛଡ଼ାଇବାକୁ ଚେଷ୍ଟା କରିଥିଲା ଏବଂ ତାଙ୍କ ସହ ଧସ୍ତାଧସ୍ତା ହୋଇଥିଲା। ତାଙ୍କୁ ବାରମ୍ବାର ଚେତାବନୀ ଦେବା ପରେ ମଧ୍ୟ ସେ ଶୁଣିନଥିଲା ଏବଂ ଘଟଣାସ୍ଥଳରୁ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ଜଣେ ସବଇନିସପେକ୍ଟର ନିଜର ଆତ୍ମରକ୍ଷା ସହିତ ସମସ୍ତଙ୍କୁ ସୁରକ୍ଷା କରିବା ପାଇଁ ହାଇଦରଙ୍କ ଉପରକୁ ଗୁଳି ଚଳାଇଥିଲେ। ହାଇଦରଙ୍କ ପେଟରେ ଗୋଟିଏ ଗୁଳି ବାଜିଛି ଏବଂ ସେ ଏଥିରେ ଆହତ ହୋଇଛନ୍ତି। ଆହତ ହାଇଦରଙ୍କୁ ଚିକିତ୍ସା ପାଇଁ ବାଲେଶ୍ବର ହସପିଟାଲକୁ ନିଆଯାଉଛି।