ବାଲେଶ୍ୱର : ଜିକେ ଭଟ୍ଟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଷା ପାଣି, ରୋଗୀ ସେବା ବାଧା ପ୍ରାପ୍ତ
ଜଳେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଜିକେ ଭଟ୍ଟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପଶିଲା ବର୍ଷା ପାଣି । ଲଗାଣ ବର୍ଷା ଫଳରେ ହସପିଟାଲ ଭିତରେ ଲହଡ଼ି ମାରୁଛି ପାଣି । ଫଳରେ ରୋଗୀ ସେବା ବାଧା ପ୍ରାପ୍ତ ହୋଇଛି ।
ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ଜଳେଶ୍ୱର ଅଞ୍ଚଳରେ ଗତ ରାତିରୁ ପ୍ରବଳ ବର୍ଷା ଲାଗି ରହିଛି । ଯାହା ଫଳରେ ଜଳେଶ୍ୱର ସହର ଭିତରେ ଥିବା ଜିକେ ଭଟ୍ଟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ବର୍ଷା ଜଳ ପ୍ରବେଶ କରିଛି । ଡାକ୍ତରଖାନାର ସମସ୍ତ ବିଭାଗରେ ପଶିଛି ବର୍ଷା ପାଣି । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ ଉପରେ ମହଲା ଏବଂ ଡାକ୍ତରଖାନା ପରିସରରେ ଥିବା ଅନ୍ୟ ଏକ ବିଲ୍ଡିଙ୍ଗକୁ ସ୍ଥାନାନ୍ତରିତ କରାଯାଇଛି । ଡାକ୍ତରଖାନା ସମ୍ମୁଖରେ ଥିବା ଡ୍ରେନ ପରିଷ୍କାର ନଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ନପାରି ଡାକ୍ତରଖାନା ପରିସରରେ ପଶିଛି । ଯାହା ଫଳରେ ରୋଗୀ ମାନଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଛି । ଖବର ପାଇ ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ନଗର ପାଳ ପ୍ରତିପ କୁମାର୍ ପ୍ରଧାନ ପହଞ୍ôଚ ପାଣି ନିଷ୍କାସନ ପାଇଁ ମ୍ୟୁନିସିପାଲଟି ପକ୍ଷରୁ କାର୍ଯ୍ୟ ଜାରି ରଖିଥିଲେ ।