ବାଲେଶ୍ୱର : ମାଗଣା ମୋତିଆବିନ୍ଦୁ ଚିହ୍ନଟ ଓ ଚିକିତ୍ସା ଶିବିର ଅନୁଷ୍ଠିତ
ନୀଳଗିରି : ନୀଳଗିରି ପୋଷ୍ଟ ଅଫିସ ପାଖରେ ଥିବା କ୍ଲବ କାର୍ଯ୍ୟାଳୟ ପରିସରରେ ଗୁରୁବାର ପୁର୍ବାହ୍ନ ୯ଘଟିକାରୁ ୨ଘଟିକା ପର୍ଯ୍ୟନ୍ତ ଏକ ମୋତିଆବିନ୍ଦୁ ଚିହ୍ନଟ ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ନୀଳଗିରି ଶିଶିର ମହାପାତ୍ର ଫାଉଣ୍ଡେସନ ଓ ବାଲେଶ୍ୱର ଲାୟନ୍ସ ଚକ୍ଷୁ ହସ୍ପିଟାଲ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ଶିବିରକୁ ନୀଳଗିରି ପୋଲିସ ଏସ୍ଡିପିଓ ସରୋଜ କୁମାର ଉପାଧ୍ୟାୟ ଉପସ୍ଥିତ ରହି ଫିତା କାଟି ଶୁଭାରମ୍ଭ କରିଥିଲେ । ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ବିନା ମୂଲ୍ୟରେ ଏହି ଶିବିରରେ ୬୮ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ବାଲେଶ୍ୱର ଲାୟନ୍ସ ଚକ୍ଷୁ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଏଥିରେ ଶିଶିର ମହାପାତ୍ର ଫାଉଣ୍ଡେସନର ପ୍ରତିଷ୍ଠାତା ସବ୍ୟସାଚୀ ମହାପାତ୍ର, ନିଗମ ମହାପାତ୍ର, ଚିନ୍ମୟ ଶରଣ ରାଉତ, ନିଗମ ରାଉତ, ଡମ୍ବରୁଧର ବେହେରା, ଦୀପକ ରଞ୍ଜନ ଦାଶ, ପ୍ରତାପ ସେଠୀ, କମଲ ଲୋଚନ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମସ୍ତଙ୍କୁ ସବ୍ୟସାଚୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।