ବାଲେଶ୍ୱର : କଂଗ୍ରେସରେ ସାମିଲ ହେଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ତଥା ପ୍ରଥମ ବିଧାୟକ ସୁଦର୍ଶନ ଜେନା ତାଙ୍କର ଶତାଧିକ ସମର୍ଥକଙ୍କୁ ନେଇ ବାଲେଶ୍ୱର ଜିଲା କଂଗ୍ରେସ ସଭାପତି ସଞ୍ଜୀବ ଗିରିଙ୍କ ନେତୃତ୍ୱରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପଞ୍ଚାନନ କାନୁନ୍ଗୋ, ପ୍ରସାଦ ହରିଚନ୍ଦନ, ବିଶ୍ୱରଞ୍ଜନ ମହାନ୍ତି ପ୍ରମୁଖ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେଡି ଛାଡି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି ।
ରାହୁଲ ଗାନ୍ଧୀଙ୍କ ପ୍ରଥମେ ଭାରତ ଯୋଡ଼ ଯାତ୍ରା ଓ ଏବେ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ପ୍ରଭାବିତ ହୋଇ ନଫରତ ବଜାରରେ ପ୍ରେମର ଦୋକାନ ଖୋଲିବା ପାଇଁ ଏବଂ ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ଭାଜପା ସରକାରର ଚାଷୀ ବିରୋଧୀ, ଶ୍ରମ ବିରୋଧୀ, ଶିକ୍ଷା ବିରୋଧୀ, ମହିଳା ବିରୋଧୀ, ମୋଟାମୋଟି ଜନବିରୋଧୀ ନୀତି ବିରୁଦ୍ଧରେ ଲଢ଼ିବା ପାଇଁ ଜନସାଧାରଣଙ୍କ ଦଳ ସମ୍ବିଧାନରେ ବିଶ୍ୱାସ ରଖୁଥିବା ଦଳ କଂଗ୍ରେସ ଦଳରେ ଯୋଗ ଦେଲେ ଶ୍ରୀ ଜେନା ବୋଲି କହିଛନ୍ତି । ତାଙ୍କ ସହ ଯୋଗଦେଇଥିବା ପୂର୍ବତ୍ତନ ସଦର ବ୍ଲକ ଉପାଧ୍ୟକ୍ଷ ଅଜୟ ନାରାୟଣ ସାମଲ, କମଲ ଲୋଚନ ଆଚାର୍ଯ୍ୟ, ସେକ୍ ରାଜୁ, ସେକ୍ ଆଦିଲ, ଅତିଶ ଦୀପଙ୍କର ମିଶ୍ର, ସାଦବ କାଦିର, ମଲ୍ଲିକ ଜଲାଲ ପ୍ରମୁଖ । ମିଶ୍ରଣ ପର୍ବ ସମୟରେ ଜିଲା କଂଗ୍ରେସ ଓ ରେମୁଣା କଂଗ୍ରେସ ତରଫରୁ ଜିଲା କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ବିକାଶ କୁମାର ଦାସ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ସାମାଜିକ ଗଣମାଧ୍ୟମ ଜିଲା ମୁଖ୍ୟ ନବକିଶୋର ଭୁୟାଁ, ନିରଞ୍ଜନ ବେହେରା, କହ୍ନେଇ ବେହେରା, ଶ୍ରୀକାନ୍ତ ପତି, ଅନିରୁଦ୍ଧ ସେନାପତି, ରମେଶ ଚନ୍ଦ୍ର ଦାସ, ପ୍ରକାଶ ମଲ୍ଲିକ, ରାଜେନ୍ଦ୍ର ନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।