ବାଲେଶ୍ୱର ଜିଲାସ୍ତରୀୟ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମନିଟରିଂ
ବାଲେଶ୍ୱର : ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗଙ୍କ ସରକାରୀ ନିର୍ଦ୍ଦେଶନାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ତତ୍ତ୍ୱାବଧାନରେ ବାଲେଶ୍ୱର ଜିଲାର ଯୁକ୍ତ୨ କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ତଦାରଖ କାର୍ଯ୍ୟ ଶନିବାର ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟ ତରଫରୁ ଶେଷ ହୋଇଛି । ଏହି ଗୁରୁ ଦାୟିତ୍ୱକୁ ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟ ଗତ ମାର୍ଚ୍ଚ ୩୦ ଠାରୁ ଶନିବାର ପଯ୍ୟନ୍ତ ଜାରି ରଖିଥିଲା ।
ଜିଲା ସଂଯୋଜକ ଡ. ସନ୍ତୋଷ କୁମାର ରାଉତଙ୍କ ସମେତ ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ରଣା, ଅଧ୍ୟାପିକା ଅଞ୍ଜନା ବେହେରା, ଇଞ୍ଜିନିଅର ଅଶୋକ ପ୍ରିୟଦର୍ଶୀ, ଆକାଉଣ୍ଟ ଅଫିସର ପ୍ରଦୀପ କୁମାର ଶତପଥୀ, ଡିଇଓ ଅତନୁ କୁମାର ସାହୁ ଜିଲାସ୍ତରୀୟ ତଦାରଖ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । କୁନ୍ତଳା କୁମାରୀ ସାବତ ମହାବିଦ୍ୟାଳୟ, ଉପେନ୍ଦ୍ରନାଥ କଲେଜ, ଦୀନକୃଷ୍ଣ ମହାବିଦ୍ୟାଳୟ, ଭୋଗରାଇ ମହିଳା କଲେଜ, ଲକ୍ଷ୍ମୀପ୍ରିୟା ମହିଳା କଲେଜ, ଅଗନି ନରେନ୍ଦ୍ର ମହାବିଦ୍ୟାଳୟ, ଏସ୍ଏନ୍, ଆଇଟି କଲେଜ, କମର୍ଦ୍ଧା, କମଳା ଅର୍ଜୁନ କଲେଜ, ଗଣ୍ଡିପେଟଙ୍କ ସହିତ ଅନ୍ୟାନ୍ୟ ୧୯ ଗୋଟି କନିଷ୍ଠ ମହାବିଦ୍ୟାଳୟର ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ତଦାରଖ କାର୍ଯ୍ୟ ହୋଇଥିଲା । ଜିଲା ସଂଯୋଜକ ଡ. ରାଉତ ତଦାରଖର ଅନ୍ତିମ ରିପୋର୍ଟ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ହସ୍ତାନ୍ତର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।