ବାଲେଶ୍ୱର ଜିଲା ଆଶାକର୍ମୀଙ୍କ ଜେଲଭରୋ ଆନ୍ଦୋଳନ
ବାଲେଶ୍ୱର : ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ବାଲେଶ୍ୱର ଜିଲା କମିଟି ତରଫରୁ ଏକ ଶୋଭାଯାତ୍ରା ବାଲେଶ୍ୱର ରେଲ୍ୱେ ଷ୍ଟେସନ ନିକଟରୁ ବାହାରି ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ପହଞ୍ôଚବା ପରେ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମାବେଶରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଭାପତି ପୃଥ୍ୱୀରାଜ ପଣ୍ଡା ଉପସ୍ଥିତ ରହି ଆଶାକର୍ମୀମାନେ ମହାମାରୀ କରୋନା ସମୟରେ ଯେଉଁଭଳି ନିଜ ପରିବାରକୁ ଛାଡ଼ି ନିଜେ କରୋନାରେ ପୀଡ଼ିତ ହୋଇ ଲୋକଙ୍କ ସେବା କରିଥିବା ବେଳେ ହଜାର ହଜାର ଜନସାଧାରଣ ମୃତ୍ୟୁମୁଖରୁ ବଞ୍ôଚଯାଇଥିଲେ, ଏଥିସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯେଉଁ କାର୍ଯ୍ୟ ଦେଇଛନ୍ତି ଉକ୍ତ କାର୍ଯ୍ୟଗୁଡ଼ିକୁ ଆଶାକର୍ମୀମାନେ ଅତି ନିଷ୍ଠାର ସହକାରେ କରୁଥିବାରୁ ଆଜି ଓଡ଼ିଶା ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇ କେନ୍ଦ୍ର ସରକାରଙ୍କ ଦ୍ୱାରା ସର୍ବୋତ୍କୃଷ୍ଟ ମନୋନୀତ ହୋଇଛନ୍ତି । କିନ୍ତୁ ଅତି ଦୁଃଖର ବିଷୟ ଆଶାକର୍ମୀମାନେ ଗତ ୨୯ ତାରିଖରୁ ଭୁବନେଶ୍ୱର ରାଜରାସ୍ତାରେ ନିଜ ଛୋଟ ପିଲାଙ୍କୁ ଧରି ଶୀତ କାକରରେ ପଡ଼ି ରହିଛନ୍ତି । ସେଥିପାଇଁ ଓଡ଼ିଶା ସରକାର ତୁରନ୍ତ ତାଙ୍କ ଦାବି ଗୁଡ଼ିକ ପ୍ରତି ପଦକ୍ଷେପ ନେବା ଦରକାର, ନହେଲେ ଆଗାମୀ ଦିନରେ ଆହୁରି ଜୋରଦାର ଆନ୍ଦୋଳନ କରାଯିବ ବୋଲି ବକ୍ତବ୍ୟ ରଖିଥିଲେ । ଭାରତୀୟ ମଜଦୁର ସଂଘର ଜିଲା ସଭାପତି ସଙ୍ଗୀତା ରାୟ, ଜିଲା ସମ୍ପାଦକ ଅରୂପ କୁମାର ନାୟକ, ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶକୁନ୍ତଳା ଗୋଚ୍ଛାୟତ, ଜିଲା ସଭାପତି ହରପ୍ରିୟା ପାଢ଼ି, ଜିଲା ସଧାରଣ ସମ୍ପାଦିକା ଜାନକୀ ରାଉଳ, ସ୍ୱର୍ଣ୍ଣଲତା ବିଶ୍ୱାଳ, ଅପର୍ଣ୍ଣା ପ୍ରଧାନ, ଲକ୍ଷ୍ମୀପ୍ରିୟା ଦାଶ, କଳ୍ପନା ମିଶ୍ର, କଳ୍ପଲତା ଦାଶ, ତିଳୋତ୍ତମା ବେହେରା, ମଞ୍ଜୁ ବାହାଦୁର, ଦେବକୀ ଭୂୟାଁ, ସରସ୍ୱତୀ ସେନାପତି, ବାସନ୍ତି ମାହାନା, ସନ୍ଧ୍ୟା ସାହାଣୀ, ଜ୍ୟୋତ୍ସ୍ନାରାଣୀ ମାହାନା, ସାବିତ୍ରୀ ପଣ୍ଡା, ଅନ୍ନପୂର୍ଣ୍ଣା ସାମଲ, ସ୍ନେହଲତା ଭୋଇଙ୍କ ନେତୃତ୍ୱରେ ଶତାଧିକ ଆଶାକର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପୋଲିସ ନିକଟରେ ଗିରଫ ଦାରୀ ଦେଇଥିଲେ ।
ସୂଚନା ଯେ, ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ଦ୍ୱାରା ୮ ଦଫା ଦାବିକୁ ନେଇ ଗତ ନଭେମ୍ବର ୨୯ ତାରିଖ ୫୦ ହଜାରରୁ ଉର୍ଦ୍ଧ୍ୱ ଆଶାକର୍ମୀମାନଙ୍କ ଦ୍ୱାରା ଭୁବନେଶ୍ୱର ଠାରେ ବିଧାନସଭା ଘେରାଉ କରିବା ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିବା ସତ୍ତ୍ୱେ ସରକାରଙ୍କ ଦ୍ୱାରା ଆଶାକର୍ମୀମାନଙ୍କ ପାଇଁ ଦାବୀ ସମ୍ପର୍କରେ କୌଣସି ପଦକ୍ଷେପ ନନେବାରୁ ସଂଘର ନିଷ୍ପତ୍ତି ଅନୁଯାୟୀ ଗତ ନଭେମ୍ବର ୨୯ ତାରିଖ ଠାରୁ ଲୋୟର ପିଏମ୍ଜି ଠାରେ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଦିବାରାତ୍ର ଧାରଣା ଚାଲୁଛି । ସରକାରଙ୍କ ଦ୍ୱାରା ବାରମ୍ବାର ଆଲୋଚନା କରାଯାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦାବୀ ସମ୍ପର୍କରେ କୌଣସି ସଫଳ ଜବାବ ମିଳୁନାହିଁ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସଂଘ ତରଫରୁ ଭୁବନେଶ୍ୱର ଠାରେ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ସରକାରଙ୍କୁ ଚେତାବନୀ ଦିଆଯାଇଥିଲା କି ଯଦି ଦାବିଗୁଡ଼ିକ ପ୍ରତି ସରକାର କୌଣସି ପଦକ୍ଷେପ ନନିଅନ୍ତି, ତାହେଲେ ଆସନ୍ତା ଡିସେମ୍ବର ୧୪ ତାରିଖ ଓଡ଼ିଶାର ସମସ୍ତ ଜିଲାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଗିରଫଦାରୀ ଦେବେ ବୋଲି ନିଷ୍ପତ୍ତି ନିଆଯାଇଥିଲା ।