ବାଲେଶ୍ୱର କଳାକ୍ଷେତ୍ରରେ ଚିତ୍ର କର୍ମଶାଳା ଉଦ୍ଯାପନୀ
ବାଲେଶ୍ୱର : ଓଡ଼ିଆ ନବବର୍ଷ ଉପଲକ୍ଷେ ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟ (କଳାକ୍ଷେତ୍ର) ରେ ଆୟୋଜିତ ଓଡ଼ିଶା ପର୍ଯ୍ୟଟନ ସଂସ୍କୃତି ବିଭାଗ ସହାୟତାରେ ଚିତ୍ର କର୍ମଶାଳା ବୁଧବାର ଉଦ୍ଯାପନ ହୋଇଛି । ଉକ୍ତ କର୍ମଶାଳାରେ ମୋଟ୍ ୧୨୩ ଜଣ ଛାତ୍ରୀଛାତ୍ର, ଅଧ୍ୟାପିକାଅଧ୍ୟାପକ ଅଂଶଗ୍ରହଣ କରି ବାଲେଶ୍ୱରର ଐତିହ୍ୟ, ପର୍ଯ୍ୟଟନସ୍ଥଳୀ ଓ କଳା ସଂସ୍କୃତି ବିଷୟରେ ଚିତ୍ର ଅଙ୍କନ ବିଷୟ ଚିତ୍ର ଅଙ୍କନ କରି ପ୍ରଦର୍ଶିତ କରିଥିଲେ ।
ମୁଖ୍ୟଅତିଥି ଭାବରେ ଜିଲାପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ପ୍ରଦୀପ ଜାଳି ଉଦ୍ଯାପନ ଉତ୍ସବ ଆରମ୍ଭ କରିଥିଲେ । ବାଲେଶ୍ୱର ଚାରୁ ଓ କାରୁ କଳା ମହାବିଦ୍ୟାଳୟର ଚିତ୍ରକଳା କର୍ମଶାଳାର ଚିତ୍ରଗୁଡ଼ିକ ଜୀବନ୍ତ ଓ ତାଙ୍କର ସହଯୋଗ ସବୁ ସମୟରେ ନିରନ୍ତର ଭାବରେ ରହିବ । ସମ୍ମାନୀତ ଅତିଥି ଭାବରେ ବାଲେଶ୍ୱର ଇନଟାକ୍ ଚାପ୍ଟରର କନଭେନର ଉଦୟ ରଞ୍ଜନ ଦାସ ଯୋଗଦେଇ ଇନଟାକ୍ର କାର୍ଯ୍ୟକୁ କଳାକ୍ଷେତ୍ରର ଛାତ୍ରୀଛାତ୍ର ଚିତ୍ର ମାଧ୍ୟମରେ ସୁନ୍ଦର ଭାବରେ ପ୍ରକାଶ କରିଥିବାରୁ ପ୍ରଶଂସା କରିଥିଲେ । ଏହି ଚିତ୍ରଗୁଡ଼ିକୁ ନେଇ ଇନଟାକ୍ ଚାପ୍ଟର ତରଫରୁ ଏକ ପୁସ୍ତକ ତିଆରି କରିବାକୁ ପ୍ରୟାସ କରିବେ ବୋଲି କହିଥିଲେ । ବାଲେଶ୍ୱରର ଲୁକ୍କାୟିତ ଐତିହ୍ୟଗୁଡ଼ିକର ଚିତ୍ରକୁ ଆସନ୍ତା ଜୁନ୍ ମାସରେ ଚିତ୍ରକଳା ମେଳା ମାଧ୍ୟମରେ ପ୍ରଦର୍ଶନ କରାଯିବ ବୋଲି ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାସ ଜଣାଇଥିଲେ । ସମ୍ପାଦକ (କଳାକ୍ଷେତ୍ର) ସଂଗ୍ରାମ କୁମାର ଦାସ ଆର୍ଥିକ ଅନଟନ ଯୋଗୁଁ କଳା ଶିକ୍ଷା ବନ୍ଦ କରୁଥିବା ଛାତ୍ରୀଛାତ୍ରଙ୍କୁ ସଭାପତି ସଭାପତି ଇଂ. ରବୀନ୍ଦ୍ର କୁମାର ଜେନା ଛାତ୍ରାବୃତ୍ତି ଓ ପୂର୍ବତନ ସଭାପତି ୰ ହିମାଂଶୁ କୁମାର ଦାସଙ୍କ ନାମରେ ଛାତ୍ରାବୃତ୍ତି ପ୍ରଦାନ କରିବାର ବ୍ୟବସ୍ଥାକୁ ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ୟଅତିଥି ଛାତ୍ରାବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ଛାତ୍ରୀଛାତ୍ରଙ୍କ ନାମ ଘୋଷଣା କରିଥିଲେ । ଏହି ଛାତ୍ରାବୃତ୍ତି ପ୍ରତିବର୍ଷ ସଭାପତି ଇଂ. ଜେନା ୫ଜଣଙ୍କୁ ଓ ସମ୍ପାଦକ ଶ୍ରୀ ଦାସ ୨ଜଣଙ୍କୁ ଦେବେ ବୋଲି ଘୋଷଣା କରିଥିଲେ । ମଞ୍ଚ ପରିଚାଳନା ସଭ୍ୟ ଗୌରୀଶଙ୍କର ନାୟକଙ୍କ ଦ୍ୱାରା କରାଯାଇଥିଲା । ଅଧ୍ୟାପିକା କୁମାରୀ ପ୍ରିୟଦର୍ଶିନୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବର ସମସ୍ତ ଦାୟିତ୍ୱ ଅଧ୍ୟାପକ ଅବନିନ୍ତ କର, ଆର୍ଯ୍ୟପ୍ରଜ୍ଞା ବାସବଦତ୍ତା, ନରୋତ୍ତମ ମଲ୍ଲିକ, ବିଷ୍ଣୁପଦ ସେନାପତି, ଦୈତାରୀ ବେହେରା, ଆକାଶ ବାଲ୍ମିକୀ, ସଙ୍ଗିତ ସାମନ୍ତରାଏ ସୂଚାରୁ ରୂପେ ପାଳନ କରିଥିଲେ । ସଭ୍ୟ ଶିତିକଣ୍ଠ ଦିକ୍ଷୀତ, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, କିରାଣୀ ସୁଜିତ ଦାସ, ଦୀପକ ପ୍ରଧାନ, ସଞ୍ଜୟ ବାରିକ, ହିମାଂଶୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।