ବାଲେଶ୍ୱରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମଜୟନ୍ତୀ ପାଳିତ
ବାଲେଶ୍ୱର : ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ବିଜେଡି ପକ୍ଷରୁ ଶନିବାର ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ ଉତ୍ସବ ପାଳିତ ହୋଇଛି । ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଓ ନେତୃବର୍ଗ ଏକତ୍ରିତ ହୋଇ ସହରର ଡିଆଇସି ଛକସ୍ଥିତ ଥିବା ବିଜୁ ପଟ୍ଟନାୟକ ଉଦ୍ୟାନରେ ଥିବା ପ୍ରବାଦ ପୁରୁଷଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ ସହ ସେଠାରେ ଏକ ସ୍ମୃତିଚାରଣ ସଭା ଆୟୋଜିତ ହୋଇଥିଲା । ଓଡ଼ିଶାର ବିକାଶରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅବଦାନ ଓ ତାଙ୍କର ସ୍ୱପ୍ନ ସମ୍ପର୍କରେ ଆଲୋକପାତ କରି ଜନସାଧାରଣଙ୍କ ସାମଗ୍ରିକ ଉନ୍ନତି ଓ ଓଡ଼ିଶା ବିକାଶରେ ତାଙ୍କର ସ୍ୱପ୍ନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାକାର କରିପାରିଛନ୍ତି ବୋଲି ବିଧାୟକ ଶ୍ରୀ ଦାସ କହିଥିଲେ ।
ବିଜେଡି ଟାଉନ ସଭାପତି ସନତ ଦାସଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ଉପ-ସଭାପତି ବରଦା ପ୍ରସନ୍ନ ପଟ୍ଟନାୟକ, ପୂର୍ବତନ ବିଧାୟକ ସୁଦର୍ଶନ ଯେନା, ପୂର୍ବତନ ବ୍ରିଟ୍ ଅଧ୍ୟକ୍ଷ ଗୌରୀ କୁମାର ରାଉତ, ୨୯ନଂ. ଜୋନର ନବ ନିର୍ବାଚିତ ଜିଲା ପରିଷଦ ସଦସ୍ୟ ନାରାୟଣ ପ୍ରଧାନ, ୨୬ନଂ. ଜୋନର ନବ ନିର୍ବାଚିତ ଜିଲା ପରିଷଦ ସଦସ୍ୟା ସୋନାଲି ବିଶ୍ୱାଳ, ୨୮ ନଂ. ଜୋନର ନବ ନିର୍ବାଚିତ ଜିଲା ପରିଷଦ ସଦସ୍ୟ ସଞ୍ଜୟ ସେଠୀ, ସଦର ବ୍ଲକ ସଭାପତି ବସନ୍ତ ପଣ୍ଡା, ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତ, ବରିଷ୍ଠ ଖବରଦାତା ରଞ୍ଜନ ବାଗ, ସତ୍ୟ ଦାସ, ଶତୃଘ୍ନ ମଲ୍ଲିକ, ଯଯାତି ଦାସ, ରଘୁନାଥ ଲେଙ୍କା, ଶ୍ରଦ୍ଧାଞ୍ଜଳି ରାୟ, ରଞ୍ଜିତା ମହାପାତ୍ର, ମୀନା ମହାନ୍ତି, ଇତିକୃଷ୍ଣା ସ୍ୱାଇଁ, ମୀନତି ସେଠୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବିଜୁବାବୁଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟର ଶିଳ୍ପ ଓ କୃଷିର ବିକାଶ ସହିତ ଜନସାଧାରଣଙ୍କ ଆର୍ôଥକ ଉନ୍ନତି କ୍ଷେତ୍ରରେ ବିଜୁ ପଟ୍ଟନାୟକଙ୍କ ଅବଦାନ ତାଙ୍କୁ ସର୍ବଦା ସ୍ମରଣୀୟ ରଖିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ପୂର୍ବରୁ ବିଧାୟକ ଶ୍ରୀ ଦାସ ଓ ଦଳୀୟ କର୍ମକର୍ତ୍ତାମାନେ ଫାଣ୍ଡିଛକ ସ୍ଥିତ ବିଜୁ ପଟ୍ଟନାୟକଙ୍କ ସମେତ ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।