ବାଲେଶ୍ୱର : କୁରୁଡା ଛକରେ ଉଦ୍ଘାଟିତ ହେଲା ସିସିଟିଭି କ୍ୟାମେରା
ବାଲେଶ୍ୱର : ବାଲେଶ୍ୱର ପୋଲିସ ପକ୍ଷରୁ ‘ପ୍ରୋଜେକ୍ଟ ସହଯୋଗ’ ଅଭିଯାନରେ ଟ୍ରାଫିକ ବ୍ୟବସ୍ଥା ସହ ଅପରାଧ ଓ ଅପରାଧୀଙ୍କ ଉପରେ ନିୟନ୍ତ୍ରଣ ପାଇଁ ସହରର ବିଭିନ୍ନ ଛକମାନଙ୍କରେ ସିସିଟିଭି କ୍ୟାମେରା ଲଗାଯାଉଥିବା ବେଳେ କୁରୁଡ଼ା ଛକ ଠାରେ ଅନୁରୂପ ସିସିଟିଭି କ୍ୟାମେରା ବ୍ୟବସ୍ଥା ଉଦ୍ଘାଟିତ ହୋଇଛି । ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ସିସିଟିଭ କ୍ୟାମେରା ବ୍ୟବସ୍ଥାର ଉଦ୍ଘାଟନ କରିବା ସହିତ ‘ପ୍ରୋଜେକ୍ଟ ସହଯୋଗ’ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କ୍ରାଉଡ୍ ଫଣ୍ଡିଂ ଜରିଆରେ ବାଲେଶ୍ୱର ସହରର ସାଧାରଣ ଜନତାଙ୍କ ଦ୍ୱାରା ମିଳିତ ଭାବେ ଗୁରୁତ୍ୱପୂର୍ଣ୍ଣ ଛକମାନଙ୍କରେ ସିସିଟିଭି ଲଗାଯାଉଥିବା ସେ କହିଥିଲେ । ବାଲେଶ୍ୱର ସହରର ୩୦ଗୋଟି ଛକ ଏହି ଅଭିଯାନ ପାଇଁ ଚିହ୍ନଟ ହୋଇଛି । ନୂତନ ଭାବେ ଲଗାଯାଉଥିବା ସମସ୍ତ କ୍ୟାମେରା ବାଲେଶ୍ୱର ଟ୍ରାଫିକ ଥାନାର କେନ୍ଦ୍ରୀୟ କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର ସହିତ ସଂଯୁକ୍ତ କରାଯାଇଛି । ଏଥିପାଇଁ ବାଲେଶ୍ୱରର ଅଗ୍ରଣୀ ବ୍ରଡ୍ବ୍ୟାଣ୍ଡ ସେବା ପ୍ରଦାନକାରୀ ସଂସ୍ଥା ଓଡ଼ିନେଟ୍ ଇନ୍୍ଫୋକମ୍ର ଫାଇବର ନେଟୱାର୍କ ବ୍ୟବହାର କରାଯାଉଛି । କୁରୁଡା ଛକ ଠାରେ ଲଗାଯାଇଥିବା ସିସିଟିଭି କ୍ୟାମେରା ପାଇଁ ପଦ୍ମାବତୀ ଏମ୍ୟୁଜମେଣ୍ଟ ୱାଟର ପାର୍କ ସହଯୋଗ ପ୍ରଦାନ କରିଥିବାରୁ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ ।
ଆଡ଼ିସନାଲ ଏସ୍ପି ଅନୀଲ କୁମାର ପ୍ରଧାନ, ଡିଏସପି ବ୍ରଜ ମୋହନ ପ୍ରଧାନ, ଆଲୋକ ରଞ୍ଜନ ରାୟ, ମାନସ କୁମାର ଦେଓ, ବ୍ରଜେଶ୍ୱରୀ ବଳ, ଖିତିକ୍ଷା ଜେନା, ବଳରାମ ନାୟକ, ବିଲଚିସନେସା ବିବି, ଏସଡିପିଓ ଡ. ଶଶାଙ୍କ ଶେଖର ବେଉରା, ସିଟି ଡିଏସପି ଗାୟତ୍ରୀ ବାଳା ପ୍ରଧାନ, ଟ୍ରାଫିକ ଡିଏସପି ଆଲୋକ ରଞ୍ଜନ ରାୟ, ଶିଳ୍ପାଞ୍ଚଳ ଥାନା ଆଇଆଇସି ଶାଲଖାନ ମୁର୍ମୁ, ରେମୁଣା ଥାନା ଆଇଆଇସି ପ୍ରଜ୍ଞା ମହାନ୍ତି, ଟାଉନ ଥାନା ଆଇଆଇସି ପର୍ଶୁରାମ ସାହୁ, ସହଦେବଖୁଣ୍ଟା ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ, ସଦର ଥାନା ଆଇଆସି ଜୟନ୍ତ କୁମାର ବେହେରା ପ୍ରମୁଖଙ୍କ ସମେତ ଓଡିନେଟ୍ ଇନ୍ଫୋକମ୍ର ନିର୍ଦ୍ଦେଶକ ଦେବଜ୍ୟୋତି ଦାସ ମହାପାତ୍ର, ଏଚଆଇଏଲ ଲିମିଟେଡ ଫାଇନାନ୍ସ ହେଡ ମନୋଜ କୁମାର ସାମଲ, ସେଫଟି ହେଡ ପରମାନନ୍ଦ ମହାନ୍ତ, ଏଚଆର ଜ୍ୟୋତିପ୍ରକାଶ ପାତ୍ର, ପ୍ରୋଗ୍ରାମ କୋ-ଅର୍ଡିନେଟର ଦିବ୍ୟକାନ୍ତ ବେହେରା, ପ୍ରତୀକ୍ଷା ଦଳେଇ, ଅଙ୍କିତା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।