ବାଲେଶ୍ୱର ବ୍ୟାଡମିଣ୍ଟନ ସଂଘର ବାର୍ଷିକ ମହୋତ୍ସବ ଉଦ୍ଯାପିତ; ଖେଳାଳୀଙ୍କ ପାଇଁ ଜର୍ସି ଉନ୍ମୋଚିତ
ବାଲେଶ୍ୱର : ବାଲେଶ୍ୱର ସହର ସ୍ଥାନୀୟ ଭେନ୍ୟା ପାରାଡାଇସ କଲ୍ୟାଣ ମଣ୍ଡପଠାରେ ବାଲେଶ୍ୱର ବ୍ୟାଡମିଣ୍ଟନ ସଂଘର ବାର୍ଷିକ ମହୋତ୍ସବ ତଥା ପୁରଷ୍କାର ବିିତରଣ ଉତ୍ସବ ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲାର ପ୍ରତିଷ୍ଠିତ ଶିଳ୍ପପତି, ସମାଜସେବୀ ଏବଂ ବାଲେଶ୍ୱର ଜିଲାର ଅତିରିକ୍ତ ଜିଲାପାଳ ପ୍ରମୁଖ ଯୋଗ ଦେଇଥିଲେ ।
ଉତ୍ସବରେ ବାଲେଶ୍ୱର ଜିଲାର ବିଭିନ୍ନ ବର୍ଗର ଖେଳାଳୀ ଯେଉଁମାନେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ତଥା ଜାତୀୟ ସ୍ତରର ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରି ବାଲେଶ୍ୱର ପାଇଁ ଗର୍ବ ଆଣି ଦେଇଥିବା ଖେଳାଳୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଗୋପାଳ ସେଠୀ, ବିନୋଦ ଶାହା, ଅଜୟ ଦୋସି, ସତ୍ୟନାରାୟଣ ପଟ୍ଟନାୟକ, ବିକାଶ ରଏନାଥ ଏବଂ ବିକାଶ ଦାସଙ୍କୁ ମୁଖ୍ୟ ଅତିଥି ତଥା ବାଲେଶ୍ୱର ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ବାଲେଶ୍ୱର ସୁଜୁକି ସୋ ରୁମର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ପ୍ରକାଶ ନାୟକ ସମ୍ବର୍ଦ୍ଧିତ କରିଥିଲେ । ସେହିଭଳି ଜୟ ପ୍ରକାଶ ସିଂ, ଗୋଲାମ ଅଲ୍ଲୀ ଖାନ, ଆରୟା ମାଝୀ, ମୟଙ୍କ ଭରଦ୍ୱାଜ, ଅମୟ ନାୟକ ଏବଂ ଜ୍ୟୋତି ସୁରୟା ପ୍ରମାଣିକ ପ୍ରମୁଖଙ୍କୁ ସମ୍ମାନୀୟ ଅତିଥି ବାଲେଶ୍ୱର ଜିଲା କ୍ରୀଡ଼ା ସଂଘର ସମ୍ପାଦକ ଅଭୟ ମହାପାତ୍ର, ବାଲେଶ୍ୱର ବିଶିଷ୍ଟ ଶିଳ୍ପପତି ପ୍ରକାଶ କୁମାର ମହାନ୍ତି, ଶୋମାନୀ ରାଇସ ମିଲର ମ୍ୟାନେଜିଂ ଡାଇରେକ୍ସର ସଞ୍ଜୟ ସୋମାନୀ ସମ୍ବର୍ଦ୍ଧିତ କରିଥିଲେ ।
ଖେଳାଳୀ ମାନଙ୍କ ସମ୍ବର୍ଦ୍ଧନା ପରେ ରାଜ୍ୟ ବ୍ୟାଡମିଣ୍ଟନ ଖେଳ ପରିଚାଳକ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇଥିବା ଜିଲାର ୭ ଜଣ ଖେଳ ପରିଚାଳକ ଯେଉଁମାନେ ଅନେକ ରାଜ୍ୟସ୍ତରୀୟ ତଥା ଜାତୀୟସ୍ତରରେ ଖେଳ ପରିଚାଳନା କରି ଜିଲାକୁ ଗର୍ବାନ୍ୱିତ କରିଛନ୍ତି ତାଙ୍କ ମଧ୍ୟରେ ନୀଳମାଧବ ଦାସ, ରାଜ କୁମାର ଗାଙ୍ଗୱାର, ପ୍ରୀତି ରଞ୍ଜନ ମହାନ୍ତି, ସଞ୍ଜିବ ପ୍ରଧାନ, ସୁଜୟ କୁମାର ନାୟକ, ସେମାନାଥ ବାରିକ, କୁମାରି ସରୀନା ଖାତୁନ ଏବଂ ବାଲେଶ୍ୱର ଜିଲାର କୋଚ୍ ତଥା ଖେଳ ପରିଚାଳକ ତଥା ଜାତୀୟସ୍ତରରେ ଖେଳାଳୀ ଗୌରୀଶଙ୍କର ବିଶିଙ୍କୁ ସମ୍ମାନୀୟ ତଥା ମନହରଲାଲ ପାଲା ଜୁଏଲାରୀ ମ୍ୟାନେଜିଂ ଡାଇରେକ୍ସର କମଲେସ ପାଲା, ବିଶିଷ୍ଟ ଶିଳ୍ପପତି ବିଷ୍ଣୁ ସାର, ସୋନା ଚାନ୍ଦି ଜୁଏଲାରୀ ମ୍ୟାନେଜିଂ ଡାଇରେକ୍ସର ଅରୂପ ଦାସ ସମ୍ବର୍ଦ୍ଧିତ କରିଥିଲେ । ଏହା ବ୍ୟତୀତ ଗତ ଅଗଷ୍ଟ ମାସ ୨୧ ତାରିଖରୁ ଆରମ୍ଭ ହୋଇ ୨୩ ତାରିଖରେ ଶେଷ ହୋଇଥିବା ବାଲେଶ୍ୱର ଜିଲା ବ୍ୟାଡମିଣ୍ଟନ ଚମ୍ପିଆନସିପର ବିଜେତା ଓ ଉପବିଜେତାମାନଙ୍କୁ ସମ୍ମାନୀୟ ଅତିଥି ତଥା ଓଏସିସ୍ ଗ୍ରୁପ୍ ଅଫ କଲେଜର ପ୍ରତିଷ୍ଠାତା ସଞ୍ଜୟ ସାହୁ, ବିଶିଷ୍ଟ ସମାଜସେବୀ ସାଇରୁଲ ହକ, ବିନୁ ସିଂ, ସଂଘର ସମ୍ପାଦନ ଚିନ୍ମୟ ବିଶ୍ୱାଳ ଏବଂ ସଂଘର ସଚିବ ମନୋରଞ୍ଜନ ପଣ୍ଡା ଟ୍ରଫି ଏବଂ ମାନପତ୍ର ପ୍ରଦାନ କରିଥିଲେ । ଶେଷରେ ଜିଲା ବ୍ୟାଡମିଣ୍ଟନ ସଂଘର ତରଫରୁ ଖେଳାଳୀମାନଙ୍କ ପାଇଁ ପ୍ରସ୍ତୁତ ଖେଳ ଜର୍ସି ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସୁନାମ ଧନ୍ୟ ପରିଚାଳିକା ରିତୁ ଜେଲାନୀ ପରିଚାଳିନା କରିଥିଲେ । ତାଙ୍କୁ ସଂଘର କର୍ମକର୍ତ୍ତା ନିର୍ମଳ ମୁଖାର୍ଜୀ, ବିଶ୍ୱଜିତ୍ ଦାସ ପ୍ରମୁଖ ସହଯୋଗ କରିଥିଲେ ।