ବାଲେଶ୍ୱର : ଏବିଏ ଓ ରୋଟାରୀ କ୍ଲବ ମିଳିତ ସହଯୋଗରେ ରକ୍ତଦାନ ଶିବିର, ୬୦ ୟୁନିଟ୍ ସଂଗୃହୀତ
ବାଲେଶ୍ୱର : ବାଲେଶ୍ୱରର ଅଗ୍ରଣୀ ବୈଷୟିକ ଶିକ୍ଷାନୁଷ୍ଠାନ ଏକାଡେମୀ ଅଫ ବିଜିନେସ ଆଡ଼ମିନଷ୍ଟ୍ରେସନ (ଏବିଏ)ର ଜାତୀୟ ସେବା ସଂସ୍ଥା (ଏନ୍ଏସ୍ଏସ୍) ଓ ରୋଟାରୀ କ୍ଲବ ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୋଟ୍ ୬୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।
କୁରୁଡା ସ୍ଥିତ ଏବିଏ କ୍ୟାମ୍ପସର ଆୟୋଜିତ ଶିବିରକୁ ଏବିଏର ଚେୟାରମ୍ୟାନ ଶିଳ୍ପପତି ସୁଧାସିନ୍ଧୁ ପଣ୍ଡା, ବାଲେଶ୍ୱର ଇଏସ୍ଆଇର ନିର୍ଦ୍ଦେଶିକା ଡା. ରଞ୍ଜିତା ପ୍ରଧାନ, ଜିଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ ପ୍ରମୁଖ ଯୋଗଦେଇ ଉଦ୍ଘାଟନ କରିଥିଲେ । ରକ୍ତଦାନ ଏକ ମହତ କାର୍ଯ୍ୟ ହୋଇଥିବା ବେଳେ ଏହିଭଳି ଶିବିର ଆୟୋଜନ ମାଧ୍ୟମରେ ଜିଲାରେ ରକ୍ତର ଅଭାବ ପୂରଣ ହୋଇପାରୁଛି । ସେହିପରି ଏହିଭଳି ଶିବିର ଆୟୋଜନ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ । ଟୋପାଏ ରକ୍ତ ମଣିଷ ଜୀବନକୁ ବଞ୍ଚାଇବାରେ ସାହାଯ୍ୟ କରିଥାଏ, ଏଥିପାଇଁ ସମସ୍ତେ ଅନ୍ୟର ଜୀବନ ବଞ୍ଚାଇବାକୁ ରକ୍ତଦାନ ଭଳି ମହତ୍ କାର୍ଯ୍ୟ କରିବା ଉଚିତ୍ ବୋଲି କହିଥିଲେ ।
ଏବିଏର ଏନ୍ଏସ୍ଏସ୍ ଅଧିକାରୀ ପ୍ରଦୀପ ପଣ୍ଡା, ଅଧ୍ୟାପକ ପ୍ରଦୀପ ଆଚାର୍ଯ୍ୟ, ଅମୀୟ ଦାସ, ଅଶୋକ ବାରିକ, ରୁକସାର ମୋଇନ୍, ମାଣିକ ଚାନ୍ଦ ପ୍ରମୁଖ ଶବିର ପରିଚାଳନା କରିଥିଲେ । ରୋଟାରୀ କ୍ଲବର ସଭାପତି ପ୍ରଦୀପ ପଣ୍ଡା, ସମ୍ପାଦକ ସୁଧାଂଶୁ ପଣ୍ଡା, ବରିଷ୍ଠ ସଦସ୍ୟ ସୁବ୍ରତ କର ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଶିବିରରେ ଏବିଏର ଅଧ୍ୟାପିକାଅଧ୍ୟାପକ, କର୍ମଚାରୀଙ୍କ ସମେତ ବହୁ ଛାତ୍ରୀଛାତ୍ର ରକ୍ତଦାନ କରିଥିଲେ । ପରେ ଏବିଏର ଏନ୍ଏସ୍ଏସ୍ ବିଭାଗ ପକ୍ଷରୁ ଶିକ୍ଷାନୁଷ୍ଠାନ ପରିସରରେ ଚାରା ରୋପଣ କରାଯାଇଥିଲା ।