ବାଲେଶ୍ୱର : ୧୦୫ ଗ୍ରାମର ବ୍ରାଉନ ସୁଗାର ଜବତ, ଜଣେ ଗିରଫ
ଜଳେଶ୍ୱର : ବାଲେଶ୍ୱର ଜିଲାରେ ଦିନକୁ ଦିନ ବୃଦ୍ଧି ପାଉଛି ବ୍ରାଉନ୍ସୁଗାର କାରବାର । ଏହିପରିପ୍ରେକ୍ଷୀରେ ପୁଣି ଜବତ ହେଲା ବ୍ରାଉନ୍ସୁଗାର । ବ୍ରାଉନସୁଗାର ଡିଲ୍ ବେଳେ ମାଡ଼ି ବସିଲା ଅବକାରୀ ସାଟେଲାଇଟ ବିଭାଗ । ୧୦ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ ସୁଗାର ଜବତ ସହିତ ଯୁବକ ଗିରଫ ।
ସୂଚନା ଯେ, ଜଳେଶ୍ୱର ଥାନା ଆମ୍ବିଳିଅଠା ପେଟ୍ରୋଲ ପମ୍ପ ନିକଟରେ ଭୋଗରାଇ ଥାନା ସୁନାଧରବଷାଣ ଗ୍ରାମର ସେକ ଆସରତ ଆୟୁବ ବ୍ରାଉନସୁଗାର ବିକ୍ରି ପାଇଁ ଆସି ଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ସାଟେଲାଇଟ ବିଭାଗର ଏକ ଟିମ୍ ଚଢ଼ାଉ କରିଥିଲା । ଘଟଣାସ୍ଥଳରୁ ତାକୁ ଗିରଫ କରିବା ସହ ତାଙ୍କ ନିକଟରୁ ୧୦୫ ଗ୍ରାମର ବ୍ରାଉନ ସୁଗାର ଓ ଗୋଟିଏ ବାଇକ୍ (ନଂ. ଓଡ଼ି୦୧ଜେଡ୍-୮୪୪୩) ଜବତ କରିଥିଲା । ଜବତ ବାଉନସୁଗାରର ଆନୁମାନିକ ମୂଲ୍ୟ ୧୦ଲକ୍ଷ ୫୦ହଜାର ଟଙ୍କା ହେବ । ଏନେଇ ସାଟେଲାଇଟ ବିଭାଗ ପକ୍ଷରୁ ଏକ ମାମଲା (ନଂ.୧୦/୨୪) ରୁଜୁ କରାଯାଇ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଚଢ଼ାଉ ସମୟରେ ଟିମ୍ରେ ଅବକାରୀ ସାଟେଲାଇଟ ଇନ୍ସପେକ୍ଟର ଲକ୍ଷେ ସାଧବ ପ୍ରଧାନ, ଏଏସ୍ଆଇ ସାଲାଇ ହେମ୍ବ୍ରମ, ଏଏସ୍ଆଇ ସଞ୍ଜୀବ କୁମାର ମୁଣ୍ଡା, ମହିଳା କନେଷ୍ଟବଳ ମଧୁସ୍ମିତା ମହାନ୍ତ, କନେଷ୍ଟବଳ ଜଗବନ୍ଧୁ ବାରିକ, କନେଷ୍ଟବଳ ରାଜେଶ ସୂତାର, କନେଷ୍ଟବଳ ଅରୁଣ କୁମାର ନାହକ ସାମିଲ ଥିଲେ ।