ବଳାଙ୍ଗୀ ଟେଲେଂଟ ହଂଟ ମେଗା ଅଡିସନ ଉଦଯାପିତ
ଏପ୍ରିଲ ୧୫ ଓ ୧୬ ରେ ବଳାଙ୍ଗୀ ମହୋତ୍ସବ ମଂଚରେ ହେବ ଫାଇନାଲ ରାଉଣ୍ଡ
ବାରିପଦା : ମୟୁରଭଂଜ ଜିଲାରେ ଅବଲୁପ୍ତ ପ୍ରାୟ ଭାଷା ସାହିତ୍ୟ କଳା ସଂସ୍କୃତି ଏବଂ ପର୍ଯ୍ୟଟନର ସୁରକ୍ଷା ଓ ଶ୍ରୀବୃଦ୍ଧି ପାଇଁ ବିଗତ ୨୦୦୩ ମସିହା ଠାରୁ ବାରିପଦାର ଅମ୍ବିକା ମନ୍ଦିର ନିକଟ ବୁଢାବଳଙ୍ଗ, ଚିପିଟ ଏବଂ ଇଟାଯୋଡ଼ି ନଦୀର ସଙ୍ଗମ ସ୍ଥଳରେ ପାଳିତ ହୋଇ ଆସୁଥିବା ବଳାଙ୍ଗୀ ମହୋତ୍ସବ ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସର ରେ ଏପ୍ରିଲ ୧୪ରୁ ୧୮ ତାରିଖ ୫ଦିନ ଧରି ବଳଙ୍ଗ ବାଲିରେ ଅନୁଷ୍ଠିତ ହେବା ଅବସରରେ ସ୍ଥାନୀୟ କଳାକାର ମାନଙ୍କର ପ୍ରତିଭାର ବିକାଶ ପାଇଁ ବଳାଙ୍ଗୀ ଟେଲେଂଟ ହଂଟ ନାମରେ ଏକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ କ୍ଷ ଏହାର ଅଡିସନ ରାଉଣ୍ଡ ଆଜି ବାରିପଦା ଡିଭାଇନ କଲେଜ ପରିସରରେ ଅନୁଷ୍ଠିତ ହୋଇ ଯାଇଛି କ୍ଷ ଏହି ଅବସର ରେ ବିଚାରକ ଭାବରେ ଭୁବନେଶ୍ୱରରୁ ସିମନଶ୍ରୀମନ୍ତ ଜେନା ଯୋଗଦେଇ ଥିଲେ କ୍ଷ ଏହି ଅବସର ରେ ମହୋତ୍ସବ ର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ, ଅଧ୍ୟକ୍ଷ ଅରବିନ୍ଦ ଦାସ, ଉପାଧ୍ୟକ୍ଷ ରାଜୀବ ଲୋଚନ ସେନାପତି, ଉପଦେଷ୍ଟା ଉଦୟନାଥ ଜେନା, ବଳରାମ ବେହେରା, କାର୍ଯ୍ୟକ୍ରମ ସଂଯୋଜକ ତଥା ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମାରେଶ ନାୟକ, ସଂସ୍କୃତି ସୈନିକ ମିଥୁନ ବାରିକ, ଦିଲୀପ ପାତ୍ର, କିଶୋର ମହାନ୍ତି, ସୁଶ୍ରୀ ନାୟକ, ରଣଜିତ ପଲେଇ, ଜୟପ୍ରକାଶ ସିଂହ, ବିଭୁ ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ କ୍ଷ ଏହି ଅଡିସନରେ ବହୁ କୁନି ନୃତ୍ୟଶିଳ୍ପୀ ନିଜନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ I