ବାଲାଜୀ ଶ୍ରୀବାସ୍ତବ ଦିଲ୍ଲୀର ନୂଆ ପୋଲିସ କମିଶନର

ନୂଆଦଲ୍ଲୀ : ବାଲାଜୀ ଶ୍ରୀବାସ୍ତବ ଦିଲ୍ଲୀ ପୋଲିସର ନୂତନ କମିଶନର ହେବେ । ଦିଲ୍ଲୀ ପୋଲିସ କମିଶନର ଏସ.ଏନ. ଶ୍ରୀବାସ୍ତବ ୩୦ ଜୁନ୍ରେ ଅବସର ଗ୍ରହଣ କରୁଛନ୍ତି । ଏଭଳି ପରିସ୍ଥିତିରେ ଦିଲ୍ଲୀ ପୋଲିସର ନୂତନ ଚିଫ୍ ବାଲାଜୀ ଶ୍ରୀବାସ୍ତବ ହେବେ । ବର୍ତମାନ ତାଙ୍କୁ ପୋଲିସ କମିଶନରଙ୍କ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ବାଲାଜୀ ଶ୍ରୀବାସ୍ତବ ହେଉଛନ୍ତି ୧୯୮୮ ବ୍ୟାଚର ଆଇପିଏସ ଅଫିସର । ସେ ଦିଲ୍ଲୀ ପୋଲିସର କେତେକ ମହତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି । ନିକଟରେ ସେ ପୁଡ଼ୁଚେରୀରେ ଡିଜି ଥିଲେ ଯେଉଁଠାରୁ ସେ କିଛି ମାସ ପୂର୍ବରୁ ଦିଲ୍ଲୀ ପୋଲିସକୁ ଫେରିଥିଲେ । ବର୍ତମାନ ସେ ସ୍ୱତନ୍ତ୍ର କମିଶନର ଭିଜିଲାନ୍ସର ଦାୟିତ୍ୱ ତୁଲାଉଛନ୍ତି ।
ଏସ.ଏନ.ଶ୍ରୀବାସ୍ତବଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ ହୋଇପାରେ ବୋଲି ଆଶା କରାଯାଉଥିଲା। ତେବେ ସରକାର ଏହାକୁ ସ୍ୱୀକୃତି ଦେଇ ନଥିବା ବାଲାଜୀଙ୍କ ନିଯୁକ୍ତି ପରେ ସ୍ପଷ୍ଟ ହୋଇଯାଇଛି। ୧୯୮୮ ବ୍ୟାଚ୍ର ଭାରତୀୟ ପୋଲିସ ସେବା ଅଧିକାରୀ ବାଲାଜୀ ଶ୍ରୀବାସ୍ତବ ପୂର୍ବରୁ ପୁଡୁଚେରୀ ପୋଲିସର ମହାନିର୍ଦ୍ଦେଶକ ଅବସ୍ଥାପିତ ଥିଲେ। ଏହା ଛଡା ଇଣ୍ଟେଲିଜେନ୍ସୀରେ ସ୍ୱତନ୍ତ୍ର କମିଶନର ମଧ୍ୟ ଅବସ୍ଥାପିତ ଥିଲେ। ଅତୀତରେ ବାଲାଜୀ ପୂର୍ବ ଦିଲ୍ଲୀ ଡିସିପି ମଧ୍ୟ ଥିଲେ। ବାଲାଜୀଙ୍କ ନିଯୁକ୍ତି ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ମଙ୍ଗଳବାର ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ବାଲାଜୀଙ୍କୁ ଦିଲ୍ଲୀ ପୋଲିସ କମିସନର ପଦବୀର ଅତିରିକ୍ତ ଦାଇତ୍ୱ ପ୍ରଦାନ କରାଯାଇଥିବା ଉଲ୍ଲେଖ ରହିଛି।