ଟୋକିଓ ଅଲିମ୍ପିକ୍ସ : ୬୫ କିଗ୍ରା ଫ୍ରିଷ୍ଟାଇଲ କୁସ୍ତି ସେମିଫାଇନାଲ୍ରେ ହାରିଲେ ବଜରଙ୍ଗ
- ମେଡାଲ ଆଶା କାଏମ, ବ୍ରୋଞ୍ଜ ପାଇଁ ଲଢ଼ିବେ
ଟୋକିଓ : ଟୋକିଓରେ ପୁଣି ନିରାଶ କଲେ ବଜରଙ୍ଗ ପୁନିଆ । ୬୫ କିଗ୍ରା ଫ୍ରିଷ୍ଟାଇଲ କୁସ୍ତି ସେମିଫାଇନାଲ୍ରେ ବର୍ତ୍ତମାନର ଅଲିମ୍ପିକ୍ ମେଡାଲିଷ୍ଟ ଏବଂ ୩ ଥର ବିଶ୍ୱ ଚାମ୍ପିୟନ୍ ଆଜରବୈଜାନର ହାଜି ଆଲିୟେଭଙ୍କ ଠାରୁ ୫-୧୨ରେ ପରାସ୍ତ ହୋଇଛନ୍ତି। ଏହା ସତ୍ତ୍ୱେ ମେଡାଲ ଆଶା କାଏମ ରହିଛି। ଏବେ ସେ ରେପଚେଜ୍କୁ ଓହ୍ଲାଇବେ ।
ଆଜିର ମୁକାବିଲାରେ ବଜରଙ୍ଗ ଭଲ ଆରମ୍ଭ କରିଥିଲେ। ସେ ପ୍ରଥମେ ୧-୦ରେ ଆଗୁଆ ଥିଲେ। କିନ୍ତୁ ଆଲିୟେଭ୍ ପରେ ପରେ ୨-୧ରେ ଆଗୁଆ ହୋଇଥିଲେ। ପୁଣି ୪-୧ରେ ଆଗୁଆ ହୋଇଥିଲେ ଆଲିୟେଭ୍। ପ୍ରଥମ ତିନି ମିନିଟ୍ ଯାଏଁ ଏହି ସ୍କୋର ଥିଲା। ଅନ୍ତିମ ୩ ମିନିଟ୍ରେ ଦୁଇ ଜଣଙ୍କ ମଧ୍ୟରେ ଭଲ ଟକ୍କର ଦେଖିବାକୁ ମିଳିଥିଲା। କିନ୍ତୁ ଶେଷରେ ଆଲିୟେଭ୍ ୧୨-୫ରେ ବିଜୟୀ ହୋଇଛନ୍ତି । ଏହା ପୂର୍ବରୁ ୨ ବର୍ଷ ପୂର୍ବେ ବଜରଙ୍ଗ ପ୍ରୋ ରେସଲିଂ ଲିଗ୍ରେ ଆଲିୟେଭଙ୍କୁ ହରାଇଥିଲେ ।