ବିବାଦ ପରେ ବାବୁସାନଙ୍କ ବୟାନ ! ଚେନ୍ନାଇରୁ ଛାଡିଲେ ଭିଡିଓ
ପ୍ରକୃତି କ’ଣ ଅନ୍ୟ କୌଣସି ହିରୋଇନଙ୍କ ସହ ଆଉ ଫିଲ୍ମ କରିବି ନାହିଁ : ବାବୁସାନ୍
ଭୁବନେଶ୍ୱର : ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ପତ୍ନୀ ତୃପ୍ତି ଶତପଥୀ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ କମ୍ପୁଛି ସାରା ଓଡ଼ିଶା। ଏହା ମଧ୍ୟରେ ଦୁହିଁଙ୍କର ଏକାଧିକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇସାରିଛି । ଶନିବାର ସକାଳେ ହୋଇଥିବା ଘଟଣା ପରେ ପ୍ରତିକ୍ରିୟା ରଖିଛନ୍ତି ଓଲିଉଡ ଅଭିନେତା ବାବୁସାନ ଓରଫ ତନ୍ମୟ ମହାନ୍ତି । ସେ କହିଥିଲେ, ମୁଁ ଜାଣିଛି ଆପଣମାନେ ମୋର ଭାଇରାଲ ଭିଡିଓ ଦେଖି ବହୁତ ମଜା ନେଉଥିବେ । ମୁଁ ଗୋଟିଏ କଥା କହିବାକୁ ଚାହୁଁଛି ଯେ, ମୁଁ ଚେନ୍ନାଇ ଆସିଥିଲି ଉତ୍କଳ ଦିବସ ପାଳନ କରିବା ପାଇଁ ଓ ମୋର ଫିଲ୍ମର ପ୍ରମୋସନ କରିବା ପାଇଁ ।
ବାବୁସାନ ଭିଡିଓ ଜାରି କରି କହିଛନ୍ତି, ସେ ଚେନ୍ନାଇକୁ ଯେଉଁ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଛନ୍ତି ତାଙ୍କ ସହିତ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ମଧ୍ୟ ଅତିଥି ଭାବେ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ନିଜର ଏକ ଫିଲ୍ମର ପ୍ରୋମେସନ କରିଥାନ୍ତେ। ଏଥିସହ ପ୍ରକୃତି ମିଶ୍ରଙ୍କ ସହିତ ଏକ ଆଗାମୀ ଚଳଚ୍ଚିତ୍ର ବାବଦରେ ଘୋଷଣା କରିଥାନ୍ତେ । ହେଲେ ନିଜ ପରିବାର ଭିତରେ ଏତେ ବିବାଦ ରହିଛି ବୋଲି ଜାଣିନଥିଲି ବୋଲି କହିଛନ୍ତି। ତେଣୁ ସେ ଆଗାମୀ ଦିନରେ ପ୍ରକୃତି ମିଶ୍ରଙ୍କ ସହ କୌଣସି ଫିଲ୍ମ କରିବେ ନାହିଁ ବୋଲି ସଫେଇ ଦେଇଛନ୍ତି। ଏଥିସହ ଆବଶ୍ୟକ ପଡ଼ିଲେ କୌଣସି ଅଭିନେତ୍ରୀଙ୍କ ସହ ଫିଲ୍ମ କରିବେ ନାହିଁ ବୋଲି କହିଛନ୍ତି।