ବାରିପଦା ଠାରେ ଜିଲ୍ଲା ସ୍ତରୀୟ ବାବାସାହେବ ଡ଼କ୍ଟର ବି.ଆର.ଆମ୍ବେଦକରଙ୍କ ଜୟନ୍ତୀ ପାଳିତ
ବାରିପଦା : ଭାରତ ର ସମ୍ବିଧାନ ପ୍ରଣେତା ତଥା ସାମାଜିକ ସଂସ୍କାରକ ଓ ମହାନ ରାଷ୍ଟ୍ରନୀତିଜ୍ଞ ଭାରତରତ୍ନ ବାବାସାହେବ ଡ଼କ୍ଟର ଭୀମ ରାଓ ରାମଜୀ ଆମ୍ବେଦକର ଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ଜିଲ୍ଲା ପ୍ରଶାସନ ତତ୍ୱାବଧାନ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ବାରିପଦା ପୌରପାଳିକା ଙ୍କ ମିଳିତ ଆନୁକୂଲ୍ୟରେ ରେ ମହାସମାରୋହ ରେ ପାଳିତ ହୋଇଯାଇଛି.ଏହି ଉପଲକ୍ଷେ ଆଜି ସକାଳ ଆଠ ଘଟିକା ସମୟ ରେ ବାରିପଦା ପୌରପାଳିକା ଅନ୍ତର୍ଗତ ୱାର୍ଡ ନମ୍ବର ୧୫ ପୂର୍ଣ୍ଣଚନ୍ଦ୍ରପୁର ଠାରେ ଅବସ୍ଥାପିତ ଡ଼କ୍ଟର ବି.ଆର. ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମୁହିକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ରେ ମୟୁରଭଞ୍ଜ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା,ଓଡିଶା ସରକାର ଙ୍କ ଅନୁସୂଚିତ ଜାତି ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ଉନ୍ନୟନ ବିଭାଗର ରାଜ୍ୟ ଉପଦେଷ୍ଟା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀମତୀ ସରୋଜିନୀ ହେମ୍ବ୍ରମ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଋଷିକେଶ ଦ୍ୟାନଦେଓ ଖିଲାରୀ, ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ବାରିପଦା ପୌରପାଳିକା ର ଉପାଧ୍ୟକ୍ଷା ଶ୍ରୀମତୀ ସୀମା ଦାସ ପ୍ରମୁଖ ଙ୍କ ସମେତ କାଉନସିଲର ଶ୍ରୀମତୀ ନିରୁପମା ମହାନ୍ତି,ଶ୍ରୀମତୀ ସୁକେଶିନୀ ସେଠୀ ଙ୍କ ସମେତ ବାରିପଦା ପୌରପାଳିକା ର ଅନ୍ୟାନ୍ୟ କାଉନସିଲର ବୃନ୍ଦ, ଆମ୍ବେଦକର ସମିତି ର ସଭାପତି /ସମ୍ପାଦକ, ସ୍ଥାନୀୟ ତ୍ରିରଙ୍ଗା କ୍ଲବ ର ସଭାପତି/ସମ୍ପାଦକ ଓ ସଦସ୍ୟ ବୃନ୍ଦ , ସହର ର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା, ଶିକ୍ଷାନୁଷ୍ଠାନ ର ମୁଖ୍ୟ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ, ବିଭିନ୍ନ ସରକାରୀ ପଦାଧିକାରୀ ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଯୋଗ ଦେଇ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ. ଏହି ଅବସରରେ ଅତିଥି ବୃନ୍ଦ ଡ଼କ୍ଟର ବି ଆର ଆମ୍ବେଦକର ଙ୍କ ଜୀବନ ର ଆଦର୍ଶ ଓ ମହନୀୟତା ସମ୍ବନ୍ଧରେ ସ୍ମୃତି ଚାରଣ କରି ଦୀନ ଦରିଦ୍ର ତଥା ଦଳିତ ମାନଙ୍କ ଉତଥାନ ପାଇଁ ସେ ଯେଉଁ ମହତ କାର୍ଯ୍ୟ କରି ଯାଇଛନ୍ତି ସେଥିପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ମତବ୍ୟକ୍ତ କରିବା ସହିତ ସେହି ମହାନ ରାଷ୍ଟ୍ରନାୟକ ଅଧ୍ୟକ୍ଷତା ରେ ପ୍ରସ୍ତୁତ ଭାରତୀୟ ସମ୍ବିଧାନ ଆମ ଦେଶବାସୀଙ୍କ ପାଇଁ ଏକ ମହତ୍ତ୍ୱ ପୂର୍ଣ୍ଣ ଅବଦାନ ବୋଲି ଅତିଥି ମାନେ ବ୍ୟକ୍ତ କରିଥିଲେ.ଏହି ଅବସରରେ ଡ଼କ୍ଟର ଆମ୍ବେଦକର ଙ୍କ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀ ଙ୍କୁ ଅତିଥି ବୃନ୍ଦ ମାନପତ୍ର ଓ ପୁରସ୍କାର ପ୍ରଦାନ କରି ପୁରସ୍କୃତ କରିଥିଲେ. ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ. ଆଜିର ଏହି ପବିତ୍ର ଦିବସ ପାଳନ ଅବସରରେ ବାରିପଦା ସହର ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ଠାରେ ବାରିପଦା ପୌରପାଳିକା ତରଫରୁ ନିର୍ମିତ ଏକ ପରିଚୟ ଗୃହ ଏବଂ ପୂର୍ଣ୍ଣଚନ୍ଦ୍ରପୁର ବିଦ୍ୟାଳୟ ପରିସରରେ ଏକ ନବ ନିର୍ମିତ ମୁକ୍ତ ଆକାଶ ବ୍ୟାୟାମ ଶାଳା କୁ ଜିଲ୍ଲାପାଳ ଉଦଘାଟନ କରିବା ସହ ପୂର୍ଣ୍ଣଚନ୍ଦ୍ରପୁର ବିଦ୍ୟାଳୟ ପରିସରରେ ବାରିପଦା ପୌରପାଳିକା ଅନ୍ତର୍ଗତ ୧୫ ନମ୍ବର ୱାର୍ଡ ର ୭୭ ଜଣ ଭୂମିହୀନ ହିତାଧିକାରୀଙ୍କୁ ଜିଲ୍ଲକ୍ଷପାଳ ଶ୍ରୀ ଭରଦ୍ୱାଜ ଜମି ପଟ୍ଟା ବଣ୍ଟନ କରିଥିଲେ.