ରୋଟାରୀ କ୍ଲବ୍ କ୍ୟାଣ୍ଟନମେଣ୍ଟର ପୁରସ୍କାର ପ୍ରଦାନ ଉତ୍ସବ
କଟକ : ରୋଟାରୀ କ୍ଲବ୍ କ୍ୟାଣ୍ଟନମେଣ୍ଟର ଏକ ପୁରସ୍କାର ପ୍ରଦାନ ଉତ୍ସବ ୟୁନିୟନ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରକଳ୍ପ ଅଧ୍ୟକ୍ଷ ରୋଟାରିଆନ୍ ବିଶ୍ୱଜିତ ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରୋଟାରିଆନ୍ ଜ୍ଞାନାଶିଷ ମହାପାତ୍ର, ସମ୍ମାନିତ ଅତିଥି ଅଚ୍ୟୁତାନନ୍ଦ ରାଉତରାୟ, ସଭାପତି ମୀରା ପୃଷ୍ଟି, ସଂପାଦକ ତବସୁମ୍ ଅଖତାର ପ୍ରମୁଖ ଯୋଗଦେଇଥିଲେ । ଏହି ଉତ୍ସବରେ ସମାଜର ବିଭିନ୍ନ ବର୍ଗ ଯଥା ଶିକ୍ଷକ, ସାମ୍ବାଦିକ, ଟ୍ରାଫିକ ପୋଲିସମାନଙ୍କୁ ପୁରସ୍କୃତ କରି ସମ୍ମାନିତ କରାଯାଇଥିଲା । ଆଇନଜୀବୀ କୈଳାସ ଚନ୍ଦ୍ର ଶତପଥୀ ଉତ୍ସବର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଜ୍ୟୋତିରଂଜନ ଲେଙ୍କା, ଅନଙ୍ଗ ନାୟକ, ରୂପକ ଦାସ, ଶୁଭ୍ରା ମହାନ୍ତି, କୁନାଲ ତ୍ରିପାଠୀ, ସୁରେନ୍ଦ୍ର ପାତ୍ର, ମିନତି ମିଶ୍ର ପ୍ରମୁଖ ରୋଟାରିଆନ୍ ପୁରସ୍କାର ପ୍ରଦାନ ଉତ୍ସବରେ ଉପସ୍ଥିତ ଥିଲେ । ୱେବ୍ ଚାନେଲର ସଂପାଦକ କୈଳାସ ଚନ୍ଦ୍ର ଶତପଥୀ, ଶିକ୍ଷକ ପ୍ରକାଶ ରଂଜନ ଦାସ, ନିଜାହତ ଅଂଜୁମ, କଟକର ବୈଦ୍ୟୁତିକ ଗଣମାଧ୍ୟମ ସାମ୍ବାଦିକ ଦେବାଶିଷ ପଣ୍ଡା, ଇମ୍ରାନ ଖାନ, ସନ୍ଦୀପ କୁମାର ମହାନ୍ତି, ଟ୍ରାଫିକ ପୋଲିସ ରଶ୍ମୀ ରଂଜନ ବିଶ୍ୱାଳ, ବିକ୍ରମ ବେହେରା, ରୁଦ୍ରନାରାୟଣ ପାତ୍ର, ସରୋଜ ବେହେରା ଓ ମଧୁସ୍ମିତା ଜେନା ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା ।