ଆସେସ ଟେଷ୍ଟରେ ଅଷ୍ଟ୍ରେଲିଆର ଦମଦାର ବିଜୟ
ମେଲବର୍ଣ୍ଣ : ଆସେସ ଟେଷ୍ଟରେ ଅଷ୍ଟ୍ରେଲିଆର ଦମଦାର ବିଜୟ । ଘରୋଇ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ବସ୍କି୍ ଡେ(ତୃତୀୟ) ଟେଷ୍ଟରେ ଦମଦାର ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଇଂଲଣ୍ଡକୁ ଏକ ସରିଜ ଓ ୧୪ ରନରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ୫ ଟିକିଆ ମ୍ୟାଚରେ ୩-୦ରେ ଆସେସ କବଜା କରିଛି ଅଷ୍ଟ୍ରେଲିଆ । ମିଚେଲ ଷ୍ଟାକଙ୍କୁ ୩ ୱିକେଟ ଓ ସ୍କଟ ବୋଲାଣ୍ଡଙ୍କୁ ୬ ୱିକେଟ ମିଳିଛି ।
ଗତକାଲି ଟେଷ୍ଟରେ ନାଟକୀୟ ମୋଡ ନେଇଥିଲା । ଦ୍ବିତୀୟ ଦିବସରେ ଇଂଲଣ୍ଡର ମୋଟ ୧୩ଟି ୱିକେଟ ପତନ ହୋଇଥିଲା । ପ୍ରଥମ ଇଂନିସରେ ଫେଲ ମାରିଥିବା ଇଂଲଣ୍ଡ ଦ୍ବିତୀୟ ଇଂନିସରେ ପୁଣି ଥରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏହାଦ୍ବାରା ଅଷ୍ଟ୍ରେଲିଆ ତାର ବିଜୟ ପଥ ସଫା କରିଥିଲା । ତୃତୀୟ ଟେଷ୍ଟର ଇଂଲଣ୍ଡ ୩୧ ରନରେ ୪ ୱିକେଟ ହରାଇଥିଲା । ଲଗାତାର ସମୟ ବ୍ୟବଧାନରେ ୱିକେଟ ପରେ ୱିକେଟ ପତନ ହୋଇଥିଲା । ବେନ ଷ୍ଟୋକ ୧୧ ରନ କରି ମିଚେଲ ଷ୍ଟକଙ୍କ ବଲରେ ବୋଲ଼୍ଡ ହୋଇ ପାଭିଲିୟନ ଫେରିଥିଲେ ।
ଡେବ୍ୟୁ ମ୍ୟାଚରେ ବୋଲାଣ୍ଡ ୬ଟି ୱିକେଟ ହାତେଇବାରେ ସଫଳ ହୋଇଛନ୍ତି । ୫ଟିକିଆ ସିରିଜରୁ ଅଷ୍ଟ୍ରେଲିଆ ୩-୦ରେ ମ୍ୟାଚ ଜିତି ନେଇଛି । ଆଷ୍ଟେଲିଆ ୮୭.୫ ଓଭରରେ ୨୬୭ ରନ କରିଥିବା ବେଳେ ଇଂଲଣ୍ଡ ୧୮୫ ରନ କରିବାରେ ସକ୍ଷମ ହୋଇଥିଲା । ବକ୍ସିଂ ଡେ ଟେଷ୍ଟର ଦ୍ବିତୀୟ ଦିନ ଖେଳ ସୁଦ୍ଧା ଇଂଲଣ୍ଡର ଦ୍ବିତୀୟ ଇଂନିସ ସ୍କୋର ୩୧-୪ ରହିଥିଲା । ଘରୋଇ ଟିମର ପ୍ରଥମ ଇଂନିସ ସ୍କୋର ଠାରୁ ୫୧ ରନ୍ ପଛରେ ରହିଥିଲା । ଜୋ ରୁଟ୍ ୧୨ ଓ ବେନ ଷ୍ଟୋକ୍ସ ୨ ରନ୍ରେ ଅପରାଜିତ ଥିଲେ । କଙ୍ଗାରୁ ବୋଲରଙ୍କ ଘାତକ ବୋଲିଂ ସାମ୍ନାରେ ଇଂଲଣ୍ଡର ବ୍ୟାଟିଂ ପୁଣି ଧରାଶାୟୀ ହୋଇଥିଲା ।