ଷ୍ଟେଟ୍ ବ୍ୟାଙ୍କର ତାଲା ଓ ସିସିଟିଭି ଭାଙ୍ଗି ଦୁର୍ବୃତ୍ତଙ୍କ ଚୋରି ଉଦ୍ୟମ
ବାରିପଦା : ମୟୂରଭଞ୍ଜ ଜିଲା ଯଶିପୁର ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁ ଚୋରି ଉଦ୍ୟମ । ଏଥିସହ ଗେଟର ତାଲା ଓ ସିସିଟିଭି ମଧ୍ୟ ଭାଙ୍ଗିଦେଲେ ଦୁର୍ବୃତ୍ତ ।
ସୂଚନା ଯେ, ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବ୍ୟାଙ୍କ୍ ଲୁଟ୍ ପାଇଁ ଉଦ୍ୟମ କରିଥିଲେ । ସେମାନେ ଗେଟ ତାଲା ଭାଙ୍ଗିବା ସହ ଭାଙ୍ଗିବା ସହ ସିସିଟିଭି ମଧ୍ୟ ଭାଙ୍ଗି ଦେଇଛନ୍ତି । ତେବେ ଟଙ୍କା ଲୁଟ୍ ହୋଇଛି ନା ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବାରିପଦାରୁ ସାଇଣ୍ଟିଫିକ ଟିମ ଆସିଲା ପରେ ଅଧିକ ତଦନ୍ତ ହେବ ବୋଲି ସୂଚନା ମିଳିଛି ।