ଏସିଆ କପ୍ କ୍ରିକେଟ୍ ଖେଳସୂଚୀ; ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ନୂଆଦିଲ୍ଲୀ : ଚଳିତମାସ ଶେଷରେ ଏସିଆ କପ- ୨୦୨୨ ଖେଳାଯିବା ପାଇଁ ବିସିସିଆଇ ସଚିବ ଜୟ ଶାହା ଖେଳସୂଚୀ ତାଲିକା ଘୋଷଣା କରିଛନ୍ତି । ତେବେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ଅଗଷ୍ଟ ୨୮ରେ ମୁହାଁମୁହିଁ ହେବେ ବୋଲି ସେ ପ୍ରକାଶ କରିଛନ୍ତି ।
ଟି-୨୦ ଫର୍ମାଟ ରେ ଖେଳାଯିବ ଏସିଆ କପ । ଅଗଷ୍ଟ ୨୭ରୁ ଚଳିତ ଏସିଆ କପର ଶୁଭାରମ୍ଭ ହେବ । ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ଏହାର ପରଦିନ ଅର୍ଥାତ ଅଗଷ୍ଟ ୨୮ରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ଅଗଷ୍ଟ ୨୮ ରବିବାର ସନ୍ଧ୍ୟାରେ ଦୁବାଇରେ ଭାରତ ଓ ପାକିସ୍ତାନ ହେବ ମ୍ୟାଚ ।
ଦୁବାଇରେ ଚଳିତ ଥର ଏସିଆ କପ-୨୦୨୨ର ମ୍ୟାଚ ଖେଳାଯିବ । ଅଗଷ୍ଟ ୨୭ରୁ ୩୧ ଯାଏ ଗ୍ରୁପ ପର୍ଯ୍ୟାୟ ଖେଳାଯିବ । ଏହା ପରେ ସୁପର-୪ ମ୍ୟାଚ ଖେଳାଯିବ । ସେହିଭଳି ସେପ୍ଟେମ୍ବର ୩ରୁ ସେପ୍େଟମ୍ବର ୯ ଯାଏ ଏହି ମ୍ୟାଚ ଖେଳାଯିବ । ଏସିଆ କପର ସମସ୍ତ ମ୍ୟାଚ ଟି-୨୦ ଫର୍ମାଟରେ ଖେଳାଯିବ । ସେପ୍ଟେମ୍ବର ୧୧ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି ।
ଏସିଆ କପ୍ ଚଳିତ ଥର ଟି-୨୦ ଫର୍ମାଟ୍ରେ ଖେଳାଯିବ । ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ଦୁବାଇରେ ଖେଳାଯିବ । ଅଗଷ୍ଟ ୨୮ ରବିବାର ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ଦୁବାଇରେ ଖେଳାଯିବ । ଗତ ବର୍ଷ ଟି-୨୦ ବିଶ୍ୱ କପ୍ ପରେ ପ୍ରଥମ ଥର ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ । ଉକ୍ତ ମ୍ୟାଚ୍ ୟୁଏଇରେ ଖେଳା ଯାଇଥିଲା । ଏଥିରେ ପାକିସ୍ତାନ ଭାରତକୁ ୧୦ ୱିକେଟ୍ରେ ହରାଇଥିଲା । ଅଗଷ୍ଟ ୨୭ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ । ଏହାପରେ ସେପ୍େଟମ୍ବର ୩ରୁ ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ସୁପର ୪ ମୁକାବିଲା ଖେଳାଯିବ । ସେପ୍େଟମ୍ବର ୧୧ ରବିବାର ଏସିଆ କପ୍ ୨୦୨୨ର ଫାଇନାଲ୍ ମ୍ୟାଚ୍ ଖେଳାଯିବ ।