ଏସିଆ କପ୍-୨୦୨୨ : ଆଫଗାନିସ୍ତାନକୁ ୧୦୬ ରନର ବିଜୟ ଲକ୍ଷ୍ୟ ଦେଲା ଶ୍ରୀଲଙ୍କା
ଦୁବାଇ: ଆଫଗାନିସ୍ତାନର ଶାଣିତ ବୋଲିଂ ଯୋଗୁଁ ଶ୍ରୀଲଙ୍କା ବଡ ସ୍କୋର କରି ପାରିନାହିଁ। ଏସିଆ କପରେ ଉଦଘାଟନୀ ମ୍ୟାଚ୍ରେ ଶ୍ରୀଲଙ୍କା ଟପ୍ ଅର୍ଡର ବ୍ୟାଟସମ୍ୟାନଙ୍କ ଦୟନୀୟ ବ୍ୟାଟିଂ ଯୋଗୁଁ ୧୦୫ ରନରେ ଅଲଆଉଟ୍ ହୋଇଛି। ଭାନୁକ ରାଜପକ୍ଷ ଏବଂ ଚମିକା କରୁଣାରତ୍ନେଙ୍କୁ ବାଦ୍ ଦେଲେ କୌଣସି ବ୍ୟାଟସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ରାଜପକ୍ଷ ସର୍ବାଧିକ ୩୮ ରନ କରିଥିବା ବେଳେ କରୁଣାରତ୍ନେ ଅପରାଜିତ ୩୧ ରନ କରିଛନ୍ତି। ଦନୁଷ୍କା ଗୁଣଥିଲକା ୧୭ ରନ କରିଛନ୍ତି। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବାରୁ ବଡ ସ୍କୋର କରି ପାରିନାହିଁ। ଏକଦା ୭୫ ରନରେ ୯ ଓ୍ଵିକେଟ୍ ହରାଇଥିବା ଶ୍ରୀଲଙ୍କା ଚମିକାଙ୍କ ୩୧ ରନ ବଳରେ ୧୦୦ରୁ ଅଧିକ ରନ କରି ପାରିଛି। ଆଫଗାନିସ୍ତାନ ପକ୍ଷରୁ ଫଜଲହକ ଫାରୁକି ୩, ମୁଜିବ ଉର ରେହମାନ ୨ ଏବଂ ମହମ୍ମମ ନବି ୨ଟି ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ଆଫଗାନିସ୍ତାନ ବୋଲିଂ ନିଷ୍ପତ୍ତି ନେଇଥିଲା।
ଆଫଗାନିସ୍ତାନର ଖେଳାଳିମାନେ ଉଭୟ ବୋଲିଂ ଓ ଫିଲ୍ଡିଂ ଦିଗରେ ଭଲ ପ୍ରଦର୍ଶନ କରିଥିଲେ, ଯେଉଁଥି ପାଇଁ ଶ୍ରୀଲଙ୍କା ବଡ଼ ସ୍କୋର କରିପାରି ନଥିଲା। ପ୍ରଥମ ଓଭରରେ ଶ୍ରୀଲଙ୍କା ୨ଟି ୱିକେଟ ହରାଇଥିଲା। ସେହିପରି ୨ୟ ଓଭରରେ ପୁଣି ଜଣେ ବ୍ୟାଟର ଆଉଟ ହୋଇଥିଲେ। ଶ୍ରୀଲଙ୍କାର ସ୍କୋର ୫ ରନ୍ ବେଳକୁ ଆଫଗାନିସ୍ତାନ ୩ଟି ୱିକେଟ ହରାଇ ସାରିଥିଲା। ମାତ୍ର ୪ର୍ଥ ୱିକେଟ ପାଇଁ ଦଳ ୪୪ ରନ୍ ସଂଗ୍ରହ କରିଥିଲେ। ଶ୍ରୀଲଙ୍କା ପାଇଁ ଭାନୁକା ରାଜପକ୍ଷେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୨୯ଟି ବଲ୍ ଖେଳି ୫ଟି ଚୌକା ଓ ଗୋଟିଏ ଛକା ବଳରେ ୩୮ ରନ୍ ସଂଗ୍ରହ କରିଥିଲେ। ଚମିକା କରୁଣାରତ୍ନେ ବ୍ୟକ୍ତିଗତ ଭାବେ ଦଳ ପାଇଁ ୩୧ ରନ୍ ଯୋଗଦାନ ଦେଇଥିଲେ। ସେ ୩୮ଟି ବଲ୍ ଖେଳି ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଶ୍ରୀଲଙ୍କାର ସ୍କୋର ମଜବୁତ ନ ହେବାର ଅନ୍ୟ କାରଣ ହେଲା ତିନି ଜଣ ଖେଳାଳି (କୁସାଲ ମେଣ୍ଡିସ, ଦାସୁନ ସନକା ଓ ମହୀଶ ତୀକଶନା) ଶୂନ୍ୟ ରନ୍ରେ ଆଉଟ୍ ହୋଇଥିଲେ। ଅନ୍ୟ ୫ ଜଣଙ୍କର ସ୍କୋର ମୋଟ ୧୩ ରନ୍ ହୋଇଥିଲା। ଆଫଗାନିସ୍ତାନ ପକ୍ଷରୁ ଫାଜଲହକ୍ ଫାରୁକୀ ସର୍ବାଧିକ ୩ଟି ୱିକେଟ ନେଇଥିଲେ। ମୁଜୀବ ଉର୍-ରହମାନ୍ ଓ ମହମ୍ମଦ ନବିଙ୍କୁ ୨-୨ ୱିକେଟ ମିଳିଥିବା ବେଳେ ନବୀନ ଉଲ୍-ହକ୍ ଗୋଟିଏ ୱିକେଟ ନେଇଥିଲେ।