ଏସିଆ କପ୍-୨୦୨୨ : ଆଫଗାନିସ୍ତନକୁ ଏକ ୱିକେଟରେ ହରାଇଲା ପାକିସ୍ତାନ
ଦୁବାଇ: ଏସିଆ କପ୍-୨୦୨୨ ସୁପର୪ର ଚତୁର୍ଥ ମୁକାବିଲାରେ ଆଫଗାନିସ୍ତନକୁ ଏକ ୱିକେଟରେ ହରାଇଲା ପାକିସ୍ତାନ । ଫଳରେ ଆଫଗାନିସ୍ତାନ ସହିତ ଭାରତର ଏସିଆ କପ୍ ଫାଇନାଲ୍ ଖେଳିବା ଆଶା ଆଶାରେ ରହିଯାଇଛି। ଆଜିର ମ୍ୟାଚ୍ରେ ଟସ୍ ହାରି ଆଫଗାନିସ୍ତାନ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ଦଳ ନିର୍ଦ୍ଧାରିତ ୨୦ ଓଭର ଖେଳି ୬ ୱିକେଟ୍ ହରାଇ ୧୨୯ ରନ୍ କରିଥିଲା। ଜବାବରେ ପାକିସ୍ତାନ ଲଢ଼ୁଆ ବ୍ୟାଟିଂ କରି ମାତ୍ର ୧ ୱିକେଟ୍ରେ ୧୯.୨ ବଲ୍ରେ ମ୍ୟାଚ୍ ଜିତି ନେଇଛି।
ଶାରଜା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚ୍ରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍ ଜିତି ଆଫଗାନକୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ଦଳର ଦୁଇ ଓପନର ରହମନୁଲ୍ଲା ଗୁରବାଜ ଓ ହଜରତୁଲ୍ଲା ଜଜାଇ ଦ୍ରୁତ ଆରମ୍ଭ କରିଥିଲେ। ଉଭୟ ୩.୫ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୩୬ରେ ପହଞ୍ଚାଇ ଦେଇଥିଲେ। କିନ୍ତୁ ଏହି ସମୟରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ। ହରିଶ ରୌଫ ୧୧ ବଲରେ ୧୭ ରନ କରିଥିବା ଗୁରବାଜଙ୍କୁ କ୍ଲିନବୋଲ୍ଡ କରି ଆଫଗାନକୁ ପ୍ରଥମ ଝଟକା ଦେଇଥିଲେ। ଜଜାଇ ମଧ୍ୟ ୨୧ ରନ କରି ମହମ୍ମଦ ହସୈନଙ୍କ ଶିକାର ବନିଥିଲା। ଇବ୍ରାହିମ ଜର୍ଦାନ(୩୫) କିଛି ଭଲ ଶଟ ଖେଳିଥିଲେ ମଧ୍ୟ କରିମ ଜମାତ(୧୫), ନଜିବୁଲ୍ଲା ଜର୍ଦାନ (୧୦) ଓ ଅଧିନାୟକ ମହମ୍ମଦ ନବି ପ୍ରଥମ ବଲରେ ଆଉଟ ହୋଇ ସମସ୍ତଙ୍କୁ ନିରାଶ କରିଥିଲେ। ଦଳୀୟ ସ୍କୋର ୧୦୪ ଥିବା ବେଳେ ଇବ୍ରାହିମ ୬ଷ୍ଠ ବ୍ୟାଟର ଭାବେ ଆଉଟ ହୋଇଥିଲେ। ତାଙ୍କ ୱିକେଟ ହରିଶ ରୌଫ ନେଇଥିଲେ। ଶେଷ ଭାଗରେ ରଶିଦ ଖାନ ୧୫ ବଲରେ ୧୮ ଓ ଅଜମତୁଲ୍ଲା ଓମାରଜାଇ ୧୦ ରନ କରିବାରୁ ଆଫଗାନିସ୍ତାନ ୬ ୱିକେଟ ହରାଇ ୧୨୯ ରନରେ ପହଞ୍ଚି ପାରିଥିଲା। ପାକିସ୍ତାନ ପକ୍ଷରୁ ରୌଫ ସର୍ବାଧିକ ୨ଟି ୱିକେଟ ନେଇଥିବା ବେଳେ ନଶୀମ ଶାହ, ହସୈନ, ମହମ୍ମଦ ନୱାଜ ଓ ଶଦାବ ଖାନ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
୧୩୦ ରନ୍ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିବା ପାକିସ୍ତାନ ମଧ୍ୟ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଥିଲା। ଅଧିନୟାକ ବାବର ଆଜମ ଖାତା ଖୋଲିପାରି ନଥିଲେ। ସେହିପରି ଫକର ଜମାନ ୫ ରନ୍ ମୋହମ୍ମଦ ରିଜୱାନ ୨୦ ରନ୍ ଓ ଇଫ୍ତିଆର ଅହମଦ ୩୦ ରନ୍ କରିଥିବା ବେଳେ ଅସିଫ ଅଲୀ ୮ ବଲ୍ରେ ୧୬ ରନ୍ କରିଥିଲେ। ତେବେ ଶେଷ ବେଳକୁ ପାକିସ୍ତାନକୁ ଆଣ୍ଠେଇବା ସ୍ଥିତିରେ ନେଇ ଆସିଥିଲା ଆଫଗାନିସ୍ତାନ। ଗୋଟିଏ ପରେ ଗୋଟିଏ ପାକ୍ ବ୍ୟାଟର ଆଉଟ ହେଉଥିଲେ। ମ୍ୟାଚ୍ର ସ୍ଥିତି ରୋମାଞ୍ଚକର ହୋଇଥିଲା। ଶେଷ ବେଳକୁ ଜିତିବା ପାଇଁ ୧୧ ରନର ଆବଶ୍ୟକ ପଡ଼ୁଥିଲା। ହେଲେ ଶେଷ ଓଭର ଦୁଇଟି ବଲ୍ରେ ଦୁଇଟ ଲଗାତର ଛକ୍କା ଲଗାଇ ନସୀମ ଶାହ ପାକିସ୍ତାନକୁ ମ୍ୟାଚ୍ ଜିତାଇଥିଲେ। ଆଫଗାନିସ୍ତାନ ପକ୍ଷରୁ ଫରୀଦ ଓ ଫାରୁକୀ ୩ ଟି ଲେଖାଁଏ ୱିକେଟ୍ ନେଇତିବା ବେଳେ ରଶିଦ ଖାନ ୨ଟି ୱିକେଟ୍ ନେଇଥିଲେ।