ଦେଶରେ ବୁଧବାର ସୁଦ୍ଧା ଦିଆଗଲାଣି ୨୧୫.୬୭ କୋଟିରୁ ଅଧିକ କରୋନା ଟୀକା
ନୂଆଦିଲ୍ଲୀ : ଦେଶବ୍ୟାପି କରୋନା ଟୀକାକରଣ ଅଭିଯାନରେ ବୁଧବାର ସକାଳ ୮ ଟା ସୁଦ୍ଧା ୨୧୫ କୋଟି ୬୭ ଲକ୍ଷ ଟୀକା ଦେବା ସଂଖ୍ୟା ପାରି କରିସାରିଛି । ଗତ ୨୪ ଘଂଟାରେ ୧୯ ଲକ୍ଷ ୨୫ ହଜାର ଟିକା ଦିଆଯଇଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହିସାବ ଅନୁସାରେ ବୁଧବାର ସକାଳ ସୁଦ୍ଧା ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କରେ କରୋନା ବିରୋଧି ଟିକା ବର୍ତମାନ ସୁଦ୍ଧା ସମୁଦାୟ ୨୦୨.୫୨ କୋଟି ଟିକା ନିଶୁଳ୍କ ଭାବରେ ଯୋଗାଇ ଦିଆଯାଇଅଛି । ଏଥି ମଧ୍ୟରୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କ ପାଖରେ ଆଜି ସୁଦ୍ଧା ୩.୯୮ କୋଟି ଟୀକା ମହଜୁଦ ଅଛି ।