୩୦ ସେପ୍ଟେମ୍ବର ସୁଦ୍ଧା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ ୧,୧୫,୧୬୧ ପରିଦର୍ଶକ ଭ୍ରମଣ କରିଛନ୍ତି
ନୂଆଦିଲ୍ଲୀ : ନୂଆଦିଲ୍ଲୀର ତିନି ମୂର୍ତ୍ତି ରୋଡରେ ଅବସ୍ଥିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ ୩୦ ସେପ୍ଟେମ୍ବର ସୁଦ୍ଧା ୧,୧୫,୧୬୧ ପରିଦର୍ଶକ ଭ୍ରମଣ କରିଛନ୍ତି । ୧୫ ଅକ୍ଟୋବର ୨୦୨୨ ରେ, ସର୍ବାଧିକ ୩୨୩୩ ରେକର୍ଡ଼ ସଂଖ୍ୟକ ପରିଦର୍ଶକ ଗୋଟିଏ ଦିନରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି । ୨୧ ଏପ୍ରିଲ ୨୦୨୨ ରେ ସଂଗ୍ରହାଳୟ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଅର୍ଥମନ୍ତ୍ରୀ ତଥା ଅନ୍ୟାନ୍ୟ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ, ଉଚ୍ଚ ନ୍ୟାୟାଳୟର ସଦସ୍ୟ, କୂଟନୀତିଜ୍ଞ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଗଣ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି ।
ଶିକ୍ଷାନୁଷ୍ଠାନଗୁଡ଼ିକ ସଂଗ୍ରହାଳୟରେ ଛାତ୍ରଛାତ୍ରୀଙ୍କ ପରିଦର୍ଶନ ବ୍ୟବସ୍ଥା କରିଆସୁଛନ୍ତି । ୧୫ ଅକ୍ଟୋବର ୨୦୨୨ ରେ, ୨୦୪୪ ଛାତ୍ର ୧୦ ଟି ବିଦ୍ୟାଳୟରୁ ପରିଦର୍ଶନ କରିଥିଲେ । ସଂଗ୍ରହାଳୟ କର୍ମଚାରୀଙ୍କ ଦ୍ୱାରା ବିଦ୍ୟାଳୟ ଗୁଡ଼ିକୁ ଗାଇଡ୍ ସହିତ ଟୁର୍ ବ୍ୟବସ୍ଥା ପ୍ରଦାନ କରାଯାଇଥାଏ । ଶିଶୁ ଏକାଡେମୀ, ଗାଜିଆବା ତାଙ୍କର ମନ୍ତବ୍ୟରେ କହିଛନ୍ତି, “ଏହି ଯାତ୍ରା ବହୁତ ଭଲ ଥିଲା । ଆମ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ମୁଁ ବହୁତ କିଛି ଜାଣିବାକୁ ପାଇଲୁ । ସଂଗ୍ରହାଳୟରେ ଥିବା ବିଭିନ୍ନ କଲେକ୍ସନରେ ମୁଁ ପ୍ରକୃତରେ ବିସ୍ମିତ । ”
ସଂଗ୍ରହାଳୟରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଏକ ନୂତନ ଗ୍ୟାଲେରୀ ଯୋଡାଯାଉଛି । ଜାନୁୟାରୀ ୨୦୨୩ ରେ ଏହା ସର୍ବସାଧାରଣ ଦେଖିବା ପାଇଁ ଧାର୍ଯ୍ୟ କରାଯାଇଛି । ଲାଇଟ୍ ଏବଂ ସାଉଣ୍ଡ୍ ସୋ ମଧ୍ୟ ନଭେମ୍ବର ୨୦୨୨ ରେ ଆରମ୍ଭ ହେବା ପାଇଁ ନିର୍ଦ୍ଧାରିତ ହୋଇଛି । ଏହା ସହିତ ଭାରତରେ ସ୍ପେସ୍ ପ୍ରୋଗ୍ରାମ୍ ଉପରେ ଏକ ଏପିସୋଡ୍ ର ଯୋଜନା ମଧ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଜୀବନ ଏବଂ ସଫଳତା ଉପରେ ବିଶିଷ୍ଟ ଶିକ୍ଷାବିତ୍ ତଥା ଜନ ନେତାଙ୍କ ଦ୍ୱାରା ତ୍ରୟମାସିକ ଲେକ୍ଚର୍ ସିରିଜ୍ ମଧ୍ୟ ଯୋଜନା କରାଯାଇଛି । ଏହି ପରିପ୍ରେକ୍ଷୀରେ ମନୋନୀତ ପ୍ରଦର୍ଶନୀ ମଧ୍ୟ ଉପସ୍ଥାପନ କରାଯିବ । ଏହି ସିରିଜର ପ୍ରଥମଟି ଅଧ୍ୟାୟରେ ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କ ଦ୍ୱାରା ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉପରେ ଉପସ୍ଥାପନା କରାଯିବାର ବ୍ୟବସ୍ଥା ରହିଛି ।