ବିରାଟ ସେନାର ସମିକ୍ଷା ବୈଠକ
ବାରିପଦା : ଆଜି ବିରାଟ ସେନା କାର୍ଯ୍ୟଳୟ ଠାରେ ସେନାର ରାଜ୍ୟ ସଭାପତି ଏଡଭୋକେଟ- ଦିବ୍ରାଟ ଚନ୍ଦ୍ର ମହାନ୍ତଙ୍କ ସଭାପତିତ୍ୱିରେ ସେନାର ଏକ ସମିକ୍ଷା ବୌଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ସେନାର ମୋରଡା ବ୍ଲକ ଉପସଭାପତି ନରେନ୍ଦ୍ର ନାଥ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ସମ୍ମାନିୟ ଅତିଥି ଭାବେରେ ସେନାର ସକ୍ରୀୟ ସଦସ୍ୟ, ଲିପା ସୋରେନ, ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଶ୍ରୀରାମ ମୁର୍ମୁ , ଜ୍ଞାନଦେବ ବେହେରା, ମନୋଜ କୁମାର ନାଥ ଓ ସେନାର ସକ୍ରୀୟ ସଦସ୍ୟା ପୁଷ୍ପାଞ୍ଜଳି ନାଥ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଗତ ୩୧/୩/୨୦୨୩ ରିଖ ବିରାଟ ସେନା ଆନୁକୂଲ୍ୟରେ ଶଳିଆପଦା ବ୍ଲକରେ ଜନ ସାଧାରଣଙ୍କର ସାତ ଦଫା ସମ୍ବଳିତ ନ୍ୟାର୍ଯ ଦାବୀ ଗୁଡିକୁ ନେଇ ଏକ ବିଶାଳ ଶୋଭା ଯାତ୍ରା ମାଧ୍ୟମରେ ଶୁଳିଆପଦା ବି.ଡି.ଓ ଏବଂ ତହସିଲଦାରଙ୍କ ଜରିଆରେ ଭାରତର ପ୍ରଧାନ ମନ୍ତ୍ରୀ ଓ ଓଡିଶାର ମୁଖ୍ୟ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇ ଥିବା ର କାର୍ଯ୍ୟ ସମୀକ୍ଷା ସହ ଆଗାମୀ ତା ୧୯.୦୪.୨୦୨୩ ରିଖ ବୁଧବାର ଦିନ ବିରାଟ ସେନା ଆନୁକୂଲ୍ୟରେ ମାନବ ଅଧିକାର ଓ ସାମାଜିକ ସୁରକ୍ଷାକୁ ନେଇ ଏକ ବିଶାଳ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ବୈଠକରେ ସର୍ବ ସମ୍ମତିକ୍ରମେ ନିଷ୍ପତ ଗ୍ରହଣ କରାଯାଇଅଛି I ଏହି ଅବସରରେ ଲିପା ସରେନଙ୍କୁ ବିରାଟ ସେନା ଶୁଳିଆପଦା ବ୍ଲକର କାର୍ଯ୍ୟାକାରୀ ସଭାପତି, ଜ୍ଞାନଦେବ ବେହେରାଙ୍କୁ ଯୁବମୋର୍ଚ୍ଚ ସଭାପତି, ପର୍ଣ୍ଣ ଚନ୍ଦ୍ର ମହାନ୍ତଙ୍କୁ ଉପସଭାପତି, ପୁଷ୍ପାଞ୍ଜଳୀ ନାଥଙ୍କୁ ମହିଳା ମୋର୍ଚ୍ଚା ବାରିପଦା ଟାଉନ କମିଟିର ସଭାପତି ଭାବେ ସର୍ବ ସମ୍ମତି କ୍ରମେ ମନୋନିତ କରାଯାଇଅଛି ।