ବାସ୍ତୁ ଶାସ୍ତ୍ର ଅନୁସାରେ ଘର ପାଖରେ ରହିଛି କି ଏହି ସବୁ ଜିନିଷ ? ସାବଧାନ! ପ୍ରତିକାର ନକେଲେ ନଷ୍ଟ ହୋଇଯିବ ସୁଖ-ଶାନ୍ତି
ହିନ୍ଦୁ ଧର୍ମରେ ବାସ୍ତୁକୁ ଅଧିକ ମହତ୍ୱ ଦିଆଯାଇଥାଏ। ଆମର ଜ୍ୟୋତିଷ ଶାସ୍ତ୍ର ମଧ୍ୟ ବାସ୍ତୁର ପକ୍ଷ ନେଇଥାଏ। ଏଭଳି କୁହାଯାଇଥାଏ କି ଘରେ ବା ଘରର ଭିତର ଏବଂ ବାହାର ଜିନିଷ ଗୁଡିକ ବାସ୍ତୁର ଅନୁରୂପ ହୋଇଥାଏ, ତାହେଲେ ମଣିଷକୁ ଅଧିକ ଲାଭ ମିଳିଥାଏ। ସେହିଭଳି ଯଦି ଜିନିଷ ଗୁଡିକ ଯଦି ବାସ୍ତୁ ଅନୁସାରେ ନଥିବ, ତାହେଲେ ଆପଣଙ୍କର ବଡ଼ ହାନୀ ହେବାର ସମ୍ଭାବନା ରହି ଥାଏ। କହିବାକୁ ଗଲେ ବାସ୍ତୁର ସିଧା ସମ୍ବନ୍ଧ ନକାରାତ୍ମକ ଏବଂ ସକାରାତ୍ମକ ବସ୍ତୁ ସହିତ ହୋଇଥାଏ । ଯେଉଁ ଘରେ ଅଧିକ ସକାରାତ୍ମକ ଉର୍ଜା ରହିଥାଏ, ସେଠାରେ ସର୍ବଦା ଲାଭ ହିଁ ଲାଭ ହୋଇଥାଏ। ଯେଉଁ ଘରେ ନକାରାତ୍ମକ ଶକ୍ତିର ବାସ ହୋଇଥାଏ, ସେଠାରେ ଅନେକ ସମସ୍ୟା ଦେଖା ଦେଇଥାଏ।
ବାସ୍ତୁ ଶାସ୍ତ୍ର ଅନୁଯାଇ ଘରର ଅବସ୍ଥିତି ଏବଂ ଏହା ଭିତରେ ଥିବା ବସ୍ତୁ ଗୁଡ଼ିକ ଘରର ସୁଖ ଶାନ୍ତି ଏବଂ ପରିବେଶ ଉପରେ ପ୍ରଭାବ ପକାଉଥିବା ସମସ୍ତେ ଜାଣିଛନ୍ତି। କିନ୍ତୁ, କଣ ଆପଣ ଜାଣନ୍ତି କି ଘର ଆଖପାଖରେ ଥିବା ବସ୍ତୁ ଏବଂ ପରିବେଶ ମଧ୍ୟ ଆପଣଙ୍କ ଘର ଉପରେ ପ୍ରଭାବ ପକାଇଥାଏ। ବାସ୍ତୁ ଶାସ୍ତ୍ର ଅନୁଯାଇ ଘରର ୫୦ ମିଟର ଭିତରେ ଏଭଳି କିଛି ଜିନିଷ ରହିଲେ ଏହା ଘର ଉପରେ ଅନେକ ପ୍ରକାରର କୁପ୍ରଭାବ ପକାଇଥାଏ। ତେବେ, ଆସନ୍ତୁ ଜାଣିବା ଏହିପରି କିଛି ଜିନିଷ ଗୁଡିକ ବିଷୟରେ ଯାହା ଘର ଆଖପାଖରେ ରହିଲେ ମଣିଷର ଉନ୍ନତି ପଥରେ ବାଧା ସୃଷ୍ଟି କରିଥାଏ:-
ଘର ଆଖପାଖରେ ମଦ ଦୋକାନ, ହୁକ୍କାବାର ଏବଂ ଜୁଆ ଆଡ୍ଡା ରହିବା ଉଚିତ ନୁହେଁ। ଏଠାକୁ ଅପରାଧିକ ଏବଂ ଖଳ ପ୍ରବୃତ୍ତିର ଲୋକେ ଆସୁଥିବାରୁ ଏହା ଆପଣଙ୍କ ଘର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ।
ଘର ପାଖରେ ମାଂସ ଏବଂ ମାଛ ଦୋକାନ ରହିବା ଉଚିତ ନୁହେଁ। ଏହା ପୁରା ପରିବାର ଉପରେ ଖରାପ ପ୍ରଭାବ ପକାଇଥାଏ।
ଘର ପାଖରେ ଗ୍ୟାରେଜ୍, ଫ୍ୟାକ୍ଟ୍ରି, କୌଣସି କାରଖାନା ଆଦି ରହିବା ଉଚିତ ନୁହେଁ। ଏଠାରୁ ଆସୁଥିବା ଶବ୍ଦ ପରିବାର ଲୋକଙ୍କର ଶାନ୍ତି ଭଙ୍ଗ କରିଥାଏ।
ସେହିପରି ଘର ପାଖରେ ଡ୍ୟାନ୍ସ ଓ ମ୍ୟୁଜିକ୍ ଶିଖା ଯାଉଥିବା ଅନୁଷ୍ଠାନ ଗୁଡିକ ରହିଲେ ଏହା ଘରର ବୟସ୍କ ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ।
ଘରର ଠିକ ସାମ୍ନାରେ କୌଣସି ପ୍ରକାରର କଣ୍ଟା ଗଛ କିମ୍ବା ଇଲେକ୍ଟ୍ରିକ୍ ପୋଲ୍ ରହିଥିଲେ ଏହା ଅପଣଙ୍କ ଉନ୍ନତିରେ ବାଧକ ସୃଷ୍ଟି କରିଥାଏ।
ଯଦି ଆପଣ କୌଣସି ମନ୍ଦିର ପାଖରେ ଘର ତୋଳିବାକୁ ଯାଉଛନ୍ତି। ତେବେ, ଘର ଉପରେ ଯେପରି ମନ୍ଦିରର ଛାୟା ନ ପଡିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ।
ଘରର ଆଖପାଖରେ ତେନ୍ତୁଳି ଗଛ ରହିବା ଉଚିତ ନୁହେଁ । ଏଭଳି କୁହାଯାଏ କି ତେନ୍ତୁଳି ଗଛରେ ଆତ୍ମା ମାନେ ରହିବାକୁ ପସନ୍ଦ କରନ୍ତି। ଏଭଳି ଭାବରେ ତେନ୍ତୁଳି ଗଛ ପାଖରେ ରହିବା ଉଚିତ ନୁହେଁ।
ଘରର ଐଶାନ୍ୟ କୋଣରେ ଅଧିକ ଉଚ୍ଚତା ବିଶିଷ୍ଟ ଗଛ ରହିବା ଉଚିତ ନୁହେଁ। ଏହି କୋଣରେ ଗଛ ରହିବା ଦ୍ଵାରା ଆପଣଙ୍କ ଘରକୁ ସକାରାତ୍ମକ ଶକ୍ତିର ପ୍ରବେଶ ହୋଇ ପାରିବ ନାହିଁ।
କପାସ, ଅଁଳା, ତାଳ ଗଛ ରହିବା ଉଚିତ ନୁହେଁ। କାରଣ ଏହି ଗଛ ଗୁଡ଼ିକ ଘରର ଆଖପାଖରେ ରହିଲେ ଘରେ ସର୍ବଦା କଳହ, ବିବାଦର ମାହୋଲ ରହେ। ଏହାଦ୍ବାରା ଘର ଭିତରେ ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ବନ୍ଧ ବିଗିଡି ଯିବାର ସମ୍ଭାବନା ରହିଥାଏ। ତେଣୁ ଯେତେ ସମ୍ଭବ ଦୂରେଇ ରହିବା ଉଚିତ ।