ମୁଖ୍ୟମନ୍ତ୍ରୀଙ୍କ ସହ ଅପାର ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ଚୈତନ୍ୟ ଦେଶାଇଙ୍କ ଆଲୋଚନା
ମୁମ୍ବାଇ : ମୁମ୍ବାଇରେ ଓଡିଶା ଇନଭେଷ୍ଟର୍ସ ମିଟ୍ ଆରମ୍ଭ ହୋଇଛି । ଆୟୋଜିତ ଓଡିଶା ଇନଭେଷ୍ଟର୍ସ ମିଟରେ ଅପାର ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ଚୈତନ୍ୟ ଦେଶାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ତାଙ୍କୁ ଓଡ଼ିଶାରେ ନିବେଶ କରିବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ସବୁ ପ୍ରକାର ସହେଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଦେଶର ପ୍ରମୁଖ ଶିଳ୍ପପତିଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜି ନିବେଶ ସଂପର୍କରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନିଜେ ଶିଳ୍ପପତିଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିଛନ୍ତି। ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଏସବିଆଇ ଅଧ୍ୟକ୍ଷ ଦୀନେଶ ଖାନ୍ନା, ୱରି ଇଞ୍ଜିନିୟର୍ସର ଅଧ୍ୟକ୍ଷ ହିତେଶ ଯୋଶୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।