ବାଲେଶ୍ୱର ଜିଲାପରିଷଦ ଉପାଧ୍ୟକ୍ଷା ହେଲେ ଅନୁସୂୟା
ବାଲେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନ୍ତର୍ଗତ ବାଲେଶ୍ୱର ଜିଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି । ଜିଲାରୁ ଏକମାତ୍ର ପ୍ରାର୍ଥୀନୀ ଭାବେ ଜଳେଶ୍ୱର ବ୍ଲକ ୯ନଂ. ଜୋନ୍ର ଜିଲାପରିଷଦ ଅନୁସୂୟା ପ୍ରଧାନ ନାମାଙ୍କନ ଦାଖଲ କରିଥିଲେ । ସକାଳ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବାର ସମୟ ଥିଲେ ହେଁ ଉକ୍ତ ସମୟ ମଧ୍ୟରେ ତାଙ୍କ ବିପକ୍ଷରେ ବିରୋଧୀ ପ୍ରାର୍ଥୀ ଦେଇନଥିଲେ । ଫଳରେ ସେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲା ପରିଷଦ ଉପାଧ୍ୟକ୍ଷ ଭାବେ ୯ ନମ୍ବର ଜୋନର ଜିଲାପରିଷଦ ସଭ୍ୟା ଶ୍ରୀମତୀ ପ୍ରଧାନଙ୍କୁ ମନୋନୀତ କରିଥିଲେ । ଦଳର ସଭାପତିଙ୍କ ଏହି ନିଷ୍ପତ୍ତିକୁ ସମସ୍ତ ଜିଲା ପରିଷଦ ମାନିଥିଲେ । ପରେ ଜିଲାପରିଷଦ ସଭ୍ୟା ଶ୍ରୀମତୀ ପ୍ରଧାନ ଉପଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ଏବଂ ନିଦ୍ୱର୍ନ୍ଦରେ ବିଜୟୀ ହୋଇଥିଲେ । ନବନିର୍ବାଚିତ ଜିଲାପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ମୁଖ୍ୟମନ୍ତ୍ରୀ, ଜିଲା ପର୍ଯ୍ୟବେକ୍ଷକ, ଜିଲାସଭାପତି, ସମସ୍ତ ବିଧାୟକଙ୍କ ସମେତ ଜିଲାପରିଷଦ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।