ଅନୁଗୁଳ ଜିଲାରେ ୩ଟି ପୌରପରିଷଦ ଅଧ୍ୟକ୍ଷ ଦଖଲ କଲା ବିଜେଡି
ଅନୁଗୁଳ : ଅନୁଗୁଳ ଜିଲାରେ ୩ଟି ପୌରପରିଷଦ ଅଧ୍ୟକ୍ଷ ଦଖଲ କଲା ବିଜେଡି। ଅନୁଗୁଳ ପୌର ଅଧ୍ୟକ୍ଷ ଅକ୍ଷୟ ସାମନ୍ତ ୯୭ଖଣ୍ଡ ଭୋଟରେ ବିଜୟୀ ସେହିପରି କାଉନସିଲ୍ ବିଜେଡି ୧୦ଟିରେ ସନ୍ତୁଷ୍ଟ ହୋଇ ବିଜେପି ୧୩ଟି ରେ ବାଜିମାତ କରିଛି। ତାଳଚେର ପୌର ଅଧ୍ୟକ୍ଷ ବିଜେଡ଼ିର ପବିତ୍ର ଭୂତିଆ ୭୨୭୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ସେହିପରି ୨୧ଟି ୱାଡ଼ରୁ ୧୮ଟି କାଉନସିଲର ପଦ୍ ବିଜେଡି ହାତକୁ ଯାଇଥିବା ବେଳେ ୩ଟି ବିଜେପି ହାତକୁ ଯାଇଛି। ସେହିପରି ଆଠମଲ୍ଲିକ ପୌରଧ୍ୟକ୍ଷ୍ୟ ଆଶାକରି ସାହୁ ୨୮୬ଖଣ୍ଡ ଭୋଟ ପାଇ ବିଜେଡି ହାତେଇଛି। ୧୧ଟି ୱାର୍ଡରେ ବିଜେଡି ୯ଟି ଓ ବିଜେପି ଏକ ଟି ସ୍ଵାଧୀନ ଏକ ଟି କାଉନସିଲର ବିଜୟ ହୋଇଛନ୍ତି ।
ଆଗାମୀ ଦିନରେ ଅନୁଗୁଳ, ଆଠମଲ୍ଲିକ ଓ ତାଳଚେରରେ ରହିଥିବା ସମସ୍ୟାକୁ ଲକ୍ଷ୍ୟ ରଖିଛନ୍ତି ନବ ନିର୍ବାଚିତ ପୌରା ଧ୍ୟକ୍ଷ ପ୍ରାଠି ଅକ୍ଷେୟ ସାମନ୍ତ ଓ ପବିତ୍ର ଭୁତିଆ ଓ ଆସାକରି ସାହୁ। ପୌରପରିଷଦରେ ବିଜେଡି ବାଜିମାତ କରିଥିବାରୁ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ବାଣ ଫୁଟାଇ ବିଜୟ ଉତ୍ସବ ପାଲନ କରିଛନ୍ତି ବିଜେଡି କର୍ମୀ । ଅନୁଗୁଳ ପୌରାଧ୍ୟକ୍ଷ ଆଦକ୍ଷ ବିଜେଡି ୯୭ଭୋଟରେ ଦଖଲକୁ ବିଜେପି ହଜମ କରିପାରି ନଥିଲା ବିଜେପି କଲେଜ ଫାଟକ ସମ୍ମୁଖରେ ଉତ୍ତେଜନା ଅଳ୍ପ ସମୟ ପାଇ ଦେଖାଯାଇଥିଲା ।