କୋର୍ଟରେ ହାଜର ହେଲେ ବର୍ଷା ଅନୁଭବ
ଭୁୁବନେଶ୍ୱର : ପାରିବାରିକ ବିବାଦ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ବୁଧବାର ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି । ଫ୍ୟାମିଲି କୋର୍ଟରେ ହାଜର ହେବାକୁ ଉଭୟଙ୍କୁ ପୂର୍ବରୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଉଭୟେ ଫ୍ୟାମିଲି କୋର୍ଟରେ ପହଂଚିବା ପରେ ଉଭୟ ବର୍ଷା ଏବଂ ଅନୁଭବଙ୍କୁ ନିଜ ଚ୍ୟାମ୍ବରକୁ ପଠାଇ ଦେଇଛନ୍ତି ଜଜ୍ । ଉଭୟଙ୍କ ସହ ଆଲୋଚନା ହୋଇଥିଲା ।
କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ, ଆଜି ଉଭୟ ୫ ହଜାର ଟଙ୍କା ତଣ୍ଡ ଦେଇ ରସିଦ୍ କାଟିଥିଲେ । କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଉଭୟ ଦାଖଲ କରିଥିବା ୫ ହଜାର ଟଙ୍କାର ପ୍ରମାଣ ଦେଇଥିଲେ । ସେପଟେ କୋର୍ଟ କାର୍ଯ୍ୟରେ ବିଚାର ପ୍ରକ୍ରିୟାକୁ ସହଯୋଗ କରିବା, ଅଯଥା ସମୟ ନନେବା, କୋର୍ଟରେ କୌଣସି ମିଥ୍ୟା ତଥ୍ୟ ଦାଖଲ ନକରିବା ନେଇ ସତ୍ୟପାଠ ଦାଖଲ କରିଥିଲେ ବର୍ଷା । ପରେ ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ପାଇଁ ନିଜ ଆଡୁ ନିର୍ଦ୍ଦେଶ ଦେଇଥିଲେ କଟକ ପରିବାର ଅଦାଲତ ।