୧୧ରେ ଆଉ ଏକ ଲଘୁଚାପ : ୪ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର : ଆସନ୍ତା ୧୦ ତାରିଖରେ ଉତ୍ତର ବଙ୍ଗୋପସାଗର ପୂର୍ବ ଭାଗରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ଯାହାକି ୧୧ରେ ଲଘୁଚାପରେ ପରିଣତ ହୋଇ ୧୩ କିମ୍ବା ୧୪ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଉତ୍ତର ଆନ୍ଧ୍ର ଉପକୂଳ ଦେଇ ପଶ୍ଚିମ ଆଡ଼କୁ ଗତି କରିବ। ଏହାର ପ୍ରଭାବରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। ଅନ୍ୟାନ୍ୟ ଅଞ୍ଚଳରେ ୧୧ରୁ ୧୩ ଯାଏ ବର୍ଷା ହେବା ନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। ଏହି ସମୟ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ ଅଭ୍ୟନ୍ତରୀଣ ଗଞ୍ଜାମରେ ସପ୍ତାହକ ଭିତରେ ସମୁଦାୟ ୧୦୦ ମିମିରୁ ଅଧିକ ବର୍ଷା ହୋଇପାରେ। ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ବାଲେଶ୍ବର ଓ ସମୁଦ୍ର ସଂଲଗ୍ନ ଗଞ୍ଜାମ, ପୁରୀ ଓ ଜଗତ୍ସିଂହପୁରରେ ୧୪ ତାରିଖ ଭିତରେ ସମୁଦାୟ ୯୦ ମିମି ବର୍ଷା ହେବାକୁ ଥିବା ବେଳେ ଖୋର୍ଧା ସମେତ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ସମୁଦାୟ ୬୦ରୁ ୭୦ ମିମି ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଅଭ୍ୟନ୍ତରୀଣରେ ସବୁଠାରୁ କମ୍ ବର୍ଷା ହେବ। ଏହି ଲଘୁଚାପ ଦ୍ବାରା ଆନ୍ଧ୍ର, ତେଲେଙ୍ଗାନା ଓ ଦକ୍ଷିଣ ଛତିଶଗଡ଼ରେ ଅତିପ୍ରବଳ ବର୍ଷା ହେବ। ତାହାକୁ ନଜରରେ ରଖି ଚାଷୀମାନେ ସତର୍କ ହେବା ଆବଶ୍ୟକ। ୧୦ରୁ ୧୪ ପର୍ଯ୍ୟନ୍ତ ଜମିରେ ସାର ପ୍ରୟୋଗ କରନ୍ତୁ ନାହିଁ। ୧୪ରୁ ୧୭ ତାରିଖ ମଧ୍ୟରେ ଅଣଧାନ ଫସଲ ଲଗାଇବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି।
କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ ଲଘୁଚାପ ୧୩ ତାରିଖ ରାତି କିମ୍ବା ୧୪ ସକାଳେ ଦକ୍ଷିଣ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଉତ୍ତର ଆନ୍ଧ୍ର ଉପକୂଳ ଦେଇ ପଶ୍ଚିମକୁ ଗତି କରିବ । ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ୧୦ରୁ ୧୪ ବର୍ଷା ହେବା ବେଳେ ଅନ୍ୟାନ୍ୟ ଅଞ୍ଚଳରେ ୧୧ରୁ ୧୩ ବର୍ଷା ହେବ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ ଆଭ୍ୟନ୍ତରୀଣ ଗଞ୍ଜାମରେ ସପ୍ତାହକ ଭିତରେ ସମୁଦାୟ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ । ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ବାଲେଶ୍ୱର ଓ ସମୁଦ୍ର ସଂଲଗ୍ନ ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ୧୪ ତାରିଖ ଭିତରେ ୯୦ ମିଲିମିଟର ଏବଂ ଖୋର୍ଦ୍ଧା ସମେତ ଅନ୍ୟାନ୍ୟ ଜିଲ୍ଲାରେ ୬୦ରୁ ୭୦ ମିଲିମିଟର ବର୍ଷ।।ର ସମ୍ଭାବନା ଅଛି । ଉତ୍ତର ଆଭ୍ୟନ୍ତରୀଣରେ ସବୁଠାରୁ କମ ବର୍ଷା ହେବ । ଆନ୍ଧ୍ର, ତେଲଙ୍ଗାନା ଓ ଦକ୍ଷିଣ ଛତିଶଗଡ଼ରେ ଏକ ଲଘୁଚାପ ଦ୍ୱାରା ଅତି ପ୍ରବଳ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି । କୃଷକମାନେ ବର୍ଷାର ଆକଳନ ହେତୁ ୧୦ରୁ ୧୪ ଭିତରେ ସାର ପ୍ରୟୋଗ ନକରିବାକୁ ପରାମର୍ଶ ଦେଇଛନ୍ତି । ୧୪ରୁ ୧୭ ମଧ୍ୟରେ ଅଣଧାନ ଫସଲ ଲଗାନ୍ତୁ ବୋଲି ସେ କହିଛନ୍ତି । ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ଗୁରୁବାର ରାଜ୍ୟରେ ଖରା ପାଗ ରହିବ । କାଁ ଭାଁ କିଛି ସ୍ଥାନରେ ବର୍ଷା ହେବ । ଲଘୁଚାପ ପ୍ରଭାବରେ ୧୧ରୁ ୧୪ ପ୍ରବଳ ବର୍ଷା ହେବ । ଏହା ଅବପାତରେ ପରିଣତ ହେଲେ ଅଧିକ ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି । ଅପରପକ୍ଷେ, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି, ଗୁରୁବାର ରାଜ୍ୟରେ ହାଲୁକା ବର୍ଷା ହେବ । କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଲଘୁଚାପ ପାଇଁ ୧୧ରୁ ବର୍ଷା ବଢ଼ିବ ବୋଲି ସେ ଆକଳନ କରିଛନ୍ତି । ଲଘୁଚାପ ସ୍ପଷ୍ଟ ରୁପ ନେବା ପରେ ବିସ୍ତୃତ କହିହେବ ବୋଲି ସେ କହିଛନ୍ତି ।