୧୮ରେ ଉତରଓଡ଼ିଶା ଉପକୂଳରେ ଆଉ ଏକ ଘୂର୍ଣ୍ଣିବଳୟ । ଭିଜିବ ଅଧା ଓଡ଼ିଶା : ଆଇଏମଡି ଡିଜି
ନୂଆଦିଲ୍ଲୀ : ଆଗକୁ ଓଡ଼ିଶାରେ ବର୍ଷା କମିବ । ଛତିଶଗଡ଼ରେ ମଧ୍ୟ ବର୍ଷା କମିଯିବ । ତେଣୁ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ମିଆଁମାର ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ୧୮ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ କେନ୍ଦ୍ରୀଭୂତ ହୋଇପାରେ ବୋଲି ଆଇଏମଡି ମହାନିର୍ଦ୍ଦେଶକ କହିଛନ୍ତି । ଯାହାର ବିଶେଷ ପ୍ରଭାବ ରହିବ ନାହିଁ । ଏହି ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ କିନ୍ତୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଯାହା ପ୍ରଭାବରେ ୧୮ତାରିଖ ସନ୍ଧ୍ୟାରୁ ଉତ୍ତର ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୧୯ ଓ ୨୦ ତାରିଖରେ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ ବୋଲି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଏହା ଅବପାତର ରୂପ ନେବ ନାହିଁ । ତେଣୁ ଏହାକୁ ନେଇ ଭୟଭୀତ ହେବା ଦରକାର ନାହିଁ ବୋଲି ଆଇଏମଡି ମହାନିର୍ଦ୍ଦେଶକ କହିଛନ୍ତି ।